ଖେଳଭାରତ

ଏସିଆ କପ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

ଦୁବାଇ: ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ ୨୦୨୨। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଶ୍ରୀଲଙ୍କା ସାମ୍ନାରେ ରହିଛି ଆଫଗାନିସ୍ତାନ। ଶ୍ରୀଲଙ୍କା ଏସିଆ କପ ଆୟୋଜନର ଅଧିକାର ପାଇଥିଲେ ମଧ୍ୟ ମ୍ୟାଚ୍‌ ଗୁଡ଼ିକ ୟୁଏଇରେ ଖେଳାଯିବ। ଶ୍ରୀଲଙ୍କାରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବାରୁ ଟୁର୍ଣ୍ଣାମେଣ୍ଟକୁ ଦୁବାଇ ସ୍ଥାନନ୍ତର କରାଯାଇଛି।

ହେଲେ ହୋଷ୍ଟିଂ ଅଧିକାର ଶ୍ରୀଲଙ୍କା ପାଖରେ ରହିଛି। ଭାରତୀୟ ସମୟ ୭.୩୦ରେ ଦୁବାଇରେ ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ମୁହାଁମୁହିଁ ହେବେ। ଶ୍ରୀଲଙ୍କା ଏସିଆ କପ ୫ଥର ଜିତିଥିବା ବେଳେ ଆଫଗାନିସ୍ତାନ ଏଯାଏ ଏହି ସଫଳତା ହାସଲ କରିପାରି ନାହିଁ। ତେଣୁ ଆଫଗାନିସ୍ତାନ ନୂଆ ଜୋଶ ସହ ଆଜି ମୈଦାନକୁ ଓହ୍ଲାଇବ ବୋଲି ସମସ୍ତେ ଆଶା ରଖିଛନ୍ତି ଆଫଗାନିସ୍ତାନ ଖେଳାଳି ।

ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯାଉଛି। ଏହାର ଅର୍ଥ ୬ଟି ଟିମକୁ ଦୁଇ ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍‌ରେ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ଏହାପରେ ଦୁଇଟି ଗ୍ରୁପ୍‌ରୁ ଟପ୍‌ ୪ଟି ଦଳ ସୁପର ୪ରେ ପ୍ରବେଶ କରିବେ। ସେଠାରେ ପୁଣିଥରେ ସବୁ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ।

ସୁପର ୪ର ଟପ୍‌ ୨ ଟିମ୍‌ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଗ୍ରୁପରେ ଏ’ ଭାରତ, ପାକିସ୍ତାନ ଓ ହଂକଂ ଥିବା ବେଳେ ଗ୍ରୁପ ବିରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛି। ତେବେ ଏହି ଟି-୨୦ ମ୍ୟାଚ ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର । କେଉଁ ଟିମ ଜିତ ହାସଲ କରିବା ତାହା ଆଜି ମ୍ୟାଚ ଆରମ୍ଭ ହେଲା ପରେ ଜଣାପଡିବା ।

Related posts

କାଫେ ବିସ୍ଫୋରଣ ମାମଲା; ୨ ଅଭିଯୁକ୍ତ ଗିରଫ

mahabharatanews

୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

mahabharatanews

ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

mahabharatanews