Uncategorized

ଶୋଫିଆନରେ ୪ ଆତଙ୍କୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଶୋଫିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କଶ୍ମୀର ପୁଲିସ ସୂଚନା ଅନୁଯାୟୀ, ବୁଧବାର ବଡି ଭୋଣୁ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଶୋପିଆନର ମେଲହୁରାରେ ଗୁଳି ବିନିମୟ ବେଳେ ୪ ଆତଙ୍କୀଙ୍କ ନିଧନ ହୋଇଥିବା ବେଳେ ୨ ଯବାନ ଆହତ ହୋଇଛନ୍ତି ।

ମଙ୍ଗଳବାର ରାତିରେ ଶୋପିଆନରେ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଅଭିଯାନରେ କୋର୍ଡନ ଆଣ୍ଡ ସର୍ଚ୍ଚ ଅପରେସନ (ସିଏଏସଓ) ବେଳେ ମେଲହୁରାରେ ଲୁଚି ରହିଥିବା ଆତଙ୍କବାଦୀ ସିଏଏସଓ ଉପରକୁ ଗୁଳି ଚଳାଇଥିଲେ। ବୁଧବାର ସକାଳେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ସିଏଏସଓ ଦ୍ୱାରା ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଶ୍ରୀନଗର କୁପଓ୍ୱାଡା ଜିଲ୍ଲାରେ ଥିବା କେରନ ସେକ୍ଟରରେ ଆତଙ୍କବାଦୀ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ବେଳେ ଯବାନମାନେ ୫ ଆତଙ୍କବାଦୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ୪୮ ଘଣ୍ଟା ଧରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ। ସେହିପରି ୪ ଯବାନ ଆହତ ହୋଇ ଚିକିତ୍ସାଧୀନ ଥିବାବେଳେ ପରବର୍ତ୍ତୀ ସମୟରେ ଶହୀଦ ହୋଇଥିଲେ।

Related posts

‘ଆଜାନ ପାଇଁ ଲାଉଡ୍ ସ୍ପିକର ବନ୍ଦ କରିବା ଉଚିତ୍’

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା କରୋନା ସଂକ୍ରମଣ ୫.୫ ଲକ୍ଷ ହେବ

mahabharatanews