(ମଥୁରା) : ମଥୁରାର ବରସାନାସ୍ଥିତ ଶ୍ରୀଜୀ ମନ୍ଦିରରେ ପ୍ରବଳ ଗହଳି । ଦଳାଚକଟା ଯୋଗୁଁ ଅଧ ଡଜନରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଲଡୁ ହୋଲି ପାଳନ ହେଉଥିବା ବେଳେ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତରୀ ଦଳ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରିଛନ୍ତି।
ସୂଚନାନୁଯାୟୀ , ମଥୁରାରେ ବ୍ରଜରେ ଲଠମାର ହୋଲିର ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଏବଂ ବରସାନା ଏହାର କେନ୍ଦ୍ର ବୋଲି ବିବେଚନା କରାଯାଏ । ଏଠାକାର ହୋଲି ବିଶ୍ୱ ପ୍ରସିଦ୍ଧ ହେବାର କାରଣ ହେଉଛି ଏହାର ପାରମ୍ପରିକ ରୂପ । ପରମ୍ପରା ଅନୁସାରେ ଲଡୁ ଓ ଅବିର ଫିଙ୍ଗି ଏହି ହୋଲି ପାଳନ କରାଯାଏ ।