ଓଡିଶା

ରାଜ୍ୟ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗିଲା, ଆଜି ୨୨୫ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତର ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଆଜି ରାଜ୍ୟରେ ୨୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏହି ସୂଚନା ଦେଇଛି।
ଏମାନଙ୍କ ଭିତରୁ ୧୯୬ ଜଣ ସଙ୍ଗରୋଧ କେନ୍ଦ୍ରର ଓ ୨୯ଜଣ ସ୍ଥାନୀୟ ସଂକ୍ରମିତ । ଆଜି ୧୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ତେବେ ୨୨୫ ମଧ୍ୟରୁ କଟକ ଜିଲ୍ଲାରୁ ୯୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୦, ଖୋର୍ଦ୍ଧା ଜିଲ୍ଲାରୁ୧୯, କନ୍ଧମାଳ, ପୁରୀ ଜିଲ୍ଲାରୁ୧୫, ଜଗତସିଂହପୁର ଜିଲ୍ଲାରୁ ୧୩ଜଣ, ବଲାଙ୍ଗୀର ଜିଲ୍ଲାରୁ୧୨, ନୟାଗଡ଼, ମୟୂରଭଞ୍ଜ ଜିଲ୍ଲାରୁ୯, ଢେଙ୍କାନାଳ ଜିଲ୍ଲାରୁ ୭, ଭଦ୍ରକ ଜିଲ୍ଲାରୁ ୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪, କଳାହାଣ୍ଡି ଜିଲ୍ଲାରୁ ୩,ବାଲେଶ୍ୱର ଜିଲ୍ଲାରୁ୨, ଅନୁଗୁଳ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୨୪୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩୬ ରହିଛି। ଅପରପକ୍ଷରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ରାତିରେ କ୍ୟାପିଟାଲ ହସ୍ପିଟାଲରେ ବୁଲିଲେ ମୁଖ୍ୟମନ୍ତ୍ରୀ

mahabharatanews

ଦେବସ୍ନାନ ପୂର୍ଣିମା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

mahabharatanews

ତ୍ରିରଙ୍ଗା ସ୍ୱେଚ୍ଛାସେବି ଅନୁଷ୍ଠାନ ପକ୍ଷରୁ ଧର୍ମଶାଳା ଥାନା ଅଧିକାରୀଙ୍କୁ ସମ୍ମାନିତ

mahabharatanews