ନୂଆଦିଲ୍ଲୀ: ଶନିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ସଂଖ୍ୟା ୧୧ ହଜାର ୪୫୮ଟପିଛି । ଫଳରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ୮ ହଜାର ୯୯୩ ହୋଇଛି । ଦେଶରେ ବର୍ତ୍ତମାନ ୧ ଲକ୍ଷ ୪୫ ହଜାର ୭୭୯ ଆକ୍ଟିଭ ମାମଲା ରହିଛି । ଅପରପକ୍ଷରେ ୧ ଲକ୍ଷ ୫୪ ହଜାର ୩୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟାରେ ୩୮୬ ପ୍ରାଣ ହରାଇଛନ୍ତି । ଫଳରେମୃତକଙ୍କ ସଂଖ୍ୟା ୮ ହଜାର ୮୮୪ରେ ପହଞ୍ଚିଛି ।
ଶୁକ୍ରବାର ଦିନ ତାମିଲନାଡୁରେ ସର୍ବାଧିକ ୧ ହଜାର ୯୮୨ ନୂଆ ସଂକ୍ରମଣ ହୋଇଛନ୍ତି ଏବଂ ୨୮ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ତାମିଲନାଡୁରେ ସଂକ୍ରମଣ ୪୦ ହଜାର ପାର କରିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୩ ହଜାର ୪୩୯ ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରି ୧ ଲକ୍ଷ ୧୧୪୧ରେ ପହଞ୍ଚିଛି । ଗୁଜରାଟରେ ମୋଟ ସଂକ୍ରମଣ ସଂଖ୍ୟା ୨୨ ହଜାର ୫୬୨ ହୋଇଥିବାବେଳେ ଦିଲ୍ଲୀରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩୬ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଛି । ବିହାରରେ ଶୁକ୍ରବାର ଦିନ ୧୪୮ ନୂଆ କରୋନା ମାମଲା ସାମ୍ନାକୁ ଆସିଛି ।ଏହାସହ ବିହାରରେ ସଂକ୍ରମଣ ସଂଖ୍ୟା ୬ ହଜାର ୯୬ରେ ପହଞ୍ଚିଛି ।
previous post
next post
