ଓଡିଶା

ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼

(ଭୁବନେଶ୍ୱର) : ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥରମାଡ଼ । ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ହୋଇଛି ପଥର ମାଡ଼ । ଢେଙ୍କାନାଳ-ଅନୁଗୁଳ ସେକ୍ସନର ମେରାମଣ୍ଡଳି ଓ ବୁଢ଼ାପଙ୍କ ମଧ୍ୟରେ ଏକ୍ସପ୍ରେସ୍‌କୁ ପଥର ମାଡ଼ ହୋଇଛି । ଫଳରେ ଏଜୁକ୍ୟୁଟିଭ୍ କ୍ଲାସ୍ କୋଚ୍‌ର ୱିଣ୍ଡୋ ପେନ୍‌ ନଷ୍ଟ ହୋଇଛି । ଯାହାକୁ ନେଇ ତତ୍ପର ପ୍ରକାଶ ପାଇଛି ।

ସୂଚନାନୁଯାୟୀ ,  ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଛି । ପଥର ଫିଙ୍ଗିବା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ପୁଲିସ ସହ ସମନ୍ୱୟ ରକ୍ଷା କରି ପୂର୍ବତଟ ରେଳପଥର ଉଭୟ ସୁରକ୍ଷା ୱିଙ୍ଗ୍‌ ଅପରାଧୀଙ୍କୁ ଖୋଜିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି । ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି ।ବିଶେଷକରି ପୂର୍ବତଟ ରେଳପଥ କ୍ରମାଗତ ଭାବରେ ଜନସାଧାରଣଙ୍କୁ ସଚେତନ କରାଉଛି । ରେଳ ଲାଇନ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଟ୍ରେନ୍‌ ଉପରକୁ ପଥର ନ ପକାଇବା ଓ ଯାତ୍ରୀଙ୍କୁ କ୍ଷତି ନପହଞ୍ଚାଇବାକୁ ପ୍ରବର୍ତ୍ତା ଯାଉଛି ।

Related posts

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା

mahabharatanews

ବିକାଶର ୧୮ତମ ବାର୍ଷିକମହୋତ୍ସବ ‘ଇଲେକ୍ଟ୍ରା-୨୦୧୯’ ଉଦଯାପିତ

mahabharatanews

ଘାଟି ରାସ୍ତାରୁ ଜବତ ହେଲା ଦୁଇ କ୍ବିଣ୍ଟାଲ ଗଞ୍ଜେଇ

mahabharatanews