ଭାରତ

ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ଟେକା ମାଡ଼ 

(ଉତ୍ତରପ୍ରଦେଶ): ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ଟେକା ମାଡ଼ ।  ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାବଙ୍କୀରେ ରବିବାର ଦିନ ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ଟେକା ମାଡ଼ ହେବାରୁ ଗୋଟାଏ ‘କୋଚ୍‌’ର ଝରକା କାଚ ଭାଙ୍ଗିଯାଇଥିବା କଥା ‘ରେଲ୍‌ୱେ ପକ୍ଷରୁ କୁହାଯାଇଛି ।

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଦେଶର ୫୦୮ଟି ରେଳ ଷ୍ଟେସନ୍‌ର ସୌନ୍ଦର୍ଯ୍ୟକରଣ ଯୋଜନାର ଶିଳାନ୍ୟାସ କରୁଥିବା ବେଳେ ଉପରୋକ୍ତ ଘଟଣା ଘଟିଥିଲା। ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଉକ୍ତ ଟ୍ରେନ୍‌ ବାରାବଙ୍କୀର ସଫେଦାବାଦ ଷ୍ଟେସନ୍‌ ନିକଟରେ ହୋଇଥିବା ବେଳେ ଟେକା ମାଡ଼ ହୋଇଥିଲା। ପରେ ଉକ୍ତ ଟ୍ରେନ୍‌ ପୂର୍ବାହ୍ନ ୧୦.୪୦ରେ ଲକ୍ଷ୍ନୌରେ ପହଞ୍ଚିଥିଲା। ଘଟଣା ସଂକ୍ରାନ୍ତରେ ‘ରେଲ୍‌ୱେ ପ୍ରୋଟେକ୍‌ସନ୍‌ ଫୋର୍ସ’ (ଆର୍‌ପିଏଫ୍‌) ‘ଏସ୍‌କର୍ଟ ଟିମ୍‌’ ‘କଣ୍ଟ୍ରୋଲ୍‌ ରୁମ୍‌’କୁ ସୂଚନା ଦେଇଥିଲେ।

Related posts

ମଣିପୁରରେ ହିଂସା : ଗଲା ୨ ଜୀବନ

mahabharatanews

ରାଜଧାନୀରେ ଆଉ ଏକ ଅଘଟଣ : ଦୋକାନରେ ନିଆଁ ଲାଗି ୬ ଆହତ

mahabharatanews

କରୋନାଠାରୁ ଅଧିକ ମାରାତ୍ମକ ନିପା ଭାଇରସ

mahabharatanews