Uncategorized

ଦିବ୍ରୁଗଡରେ କର୍ଫ୍ୟୁ କୋହଳ, ଇଣ୍ଟରନେଟ ବନ୍ଦ

(ଗୌହାଟୀ): ନାଗରିକତା ସଂଶୋଧନ ଆଇନ ବିରୋଧରେ ଉତ୍ତର ପୂର୍ବାଞ୍ଚଳ ଓ ପଶ୍ଚିମବଙ୍ଗରେ ପ୍ରତିବାଦ ଉଗ୍ରରୂପ ନେଇଛି । ପଶ୍ଚିମବଙ୍ଗରେ ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ଚଳାଇଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଆସାମର ଦିବ୍ରୁଗଡ ଜିଲ୍ଲା ପ୍ରଶାସନ ରବିବାର ଦିନ ୯ ଘଣ୍ଟା ପାଇଁ କଫ୍ୟୁ କୋହଳ କରିଛି । ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯାଇଥିଲା । ଏହାସହ ସମଗ୍ର ଆସାମରେ ଆଗାମୀ ୪୮ ଘଣ୍ଟା ଅର୍ଥାତ ସୋମବାର ସନ୍ଧ୍ୟା ଯାଏ ଇଣ୍ଟରନେଟ ସେବା ନିଷେଧ କରାଯାଇଛି ।
ଏହି ଆଇନ ବିରୋଧରେ ପ୍ରତିବାଦ କରି ବିଭିନ୍ନ ଅଞ୍ଚଳରୁ ବହୁ ମାତ୍ରାରେ ଆନ୍ଦୋଳନକାରୀ ଗିରଫ ହୋଇଥିବା ଗୌହାଟି ଯୁଗ୍ମ ପୋଲିସ କମିଶନର କହିଛନ୍ତି । ଏହାଛଡା ଅଲ୍ ଆସାମ ଷ୍ଟୁଡେଣ୍ଟ ୟୁନିଅନ ଏବଂ ଅନ୍ୟାନ୍ୟ ସଂଗଠନ ଗୁଡିକରେ ସାମିଲ ହୋଇ ବିକ୍ଷୋଭକାରୀମାନେ ଧାରଣା ଦେଇଛନ୍ତି ।

Related posts

ଇରାନ ସଂସଦୀୟ ନିର୍ବାଚନରେ ଭୋଟ ପ୍ରିକ୍ରିୟା ସମ୍ପନ୍ନ

mahabharatanews

ଦୁଇ ଦିନିଆ ଗସ୍ତରେ ରାହୁଲ…

mahabharatanews

ଅଚାନକ୍‌ କ୍ୟାମେରାରେ କଏଦ୍‌ ହେଲେ ଏକାନ୍ତରେ ରହୁଥିବା ଜନଜାତି, ଚିନ୍ତାରେ ହ୍ୟୁମାନ ରାଇଟ୍ସ ସଂଗଠନ

mahabharatanews