ଓଡିଶା

ସୁଆଣ୍ଡୋ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ ସମର୍ଥ ବର୍ମା

ପୁରୀ/ ଜୟନ୍ତ କୁମାର ସେଠି: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋର ଷଠୀଘର , ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଗୋପବନ୍ଧୁ ସଂଗ୍ରାହାଳୟ ଓ ଗୋପବନ୍ଧୁ ପାର୍କକୁ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ପରିଦର୍ଶନ କରିଛନ୍ତି। ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଜିଲ୍ଲାପାଳ ଶ୍ରୀ ବର୍ମା ଗ୍ରାମ ପ୍ରାରମ୍ଭରେ ଥିବା ଲୋକେଶ୍ୱର ମନ୍ଦିର ଦେଖିଥିଲେ। ପରେ ଷଠୀଘର, ଗୋପବନ୍ଧୁ ମ୍ୟୁଜିୟମ ଓ ପାର୍କ ବୁଲି ଦେଖିଥିଲେ। ଟିକେଟ କାଉଁଣ୍ଟରରେ ପହଂଚି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ପର୍ୟ୍ୟଟକ ମାନଙ୍କ ପଞ୍ଜିକରଣ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଟିକେଟ କରୁଥିବା ବ୍ୟକ୍ତି ମାନଙ୍କୁ ଖରା ଓ ବର୍ଷା ରୁ ରକ୍ଷା ପାଇଁ ଟିକେଟ ଗୃହ ପାଖରେ ସେଡ଼ ବା ଛାଇର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓବିସିସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନରେ ଆସିଥିବା ପର୍ୟ୍ୟଟକଙ୍କ ସହିତ ସ୍ଥାନୀୟ ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ କ୍ଷ ସମ୍ପୂର୍ଣ୍ଣ ପରିବେଶକୁ ପରିଷ୍କାର, ପରିଛନ୍ନ, ପାନୀୟ ଜଳ ଇତ୍ୟାଦିର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପରେ ଜିଲ୍ଲାପାଳ ସତ୍ୟବାଦୀରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ୟ୍ୟ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପର୍କୀୟ ଧୀରେନ ଦାସ , ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଓବିସିସି ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଥିଲେ। ଏହି ଅବସରରେ କିଛି ପର୍ୟ୍ୟଟକଙ୍କ ସହ ଜିଲ୍ଲାପାଳ ବାର୍ତ୍ତାଳାପ କରିଥିଲେ।

Related posts

କାଲିମେଳାରେ ନକ୍ସଲ ବ୍ୟାନର

mahabharatanews

ଚନ୍ଦନ କାଠ ଚୋରି ଘଟଣାରେ ୪ଗିରଫ

mahabharatanews

ବାରକୋଟ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ

mahabharatanews