ଓଡିଶାଭାରତଶିକ୍ଷା

ସିବିଏସଇ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ସଫଳତା

ପୁରୀ/ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ବ୍ୟାପକ ସଫଳତା ପାଇଛନ୍ତି। ଛାତ୍ରଛାତ୍ରୀମାନଙ୍କର ଏଭଳି ସଫଳତା ପଛରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଭୂମିକା ଅନେକ ବୋଲି ଅଭିଭାବକମାନେ ମତ ପୋଷଣ କରିଛନ୍ତି। ଆସନ୍ତୁ ଜାଣିବା ସିବିଏସଇ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲ ପାଇଥିବା ସଫଳତା ସମ୍ପର୍କରେ। ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ବିଜ୍ଞାନ ଶ୍ରେଣୀରେ ରୋହିତ ସବ୍ୟସାଚୀ ଦାସ ୪୮୧ ନମ୍ବର (୯୬.୨ ପ୍ରତିଶତ) ରଖିଛନ୍ତି। ତାଙ୍କ ପଛକୁ ଶୁଭମ ନନ୍ଦ ୪୭୮ ନମ୍ବର (୯୫.୬) ରଖିଛନ୍ତି। ସେହିପରି ପ୍ରୀତମ ଆଚାର୍ଯ୍ୟ ୪୭୧ ନମ୍ବର (୯୪.୨) ପ୍ରତିଶତ ରଖି ବିଦ୍ୟାଳୟ ପାଇଁ ସଫଳତା ଆଣି ଦେଇଛନ୍ତି। ସେହିପରି ସିବିଏସଇ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟ ବିଭାଗରେ ତ୍ରିଷ୍ଣା ପଞ୍ଚ ୪୮୩ ନମ୍ବର (୯୬.୬ ପ୍ରତିଶତ) ରଖିଛନ୍ତି। ଶ୍ରୀଚନ୍ଦନ ସେନାପତି ୪୪୨ ନମ୍ବର (୮୮.୪ ପ୍ରତିଶତ) ନମ୍ବର ରଖିଛନ୍ତି। ଶ୍ରୀଜିତା ଚୌଧୁରୀ ୪୨୩ ନମ୍ବର (୮୪.୬ ପ୍ରତିଶତ) ରଖି ବିଦ୍ୟ।ଳୟ ପାଇଁ ସଫଳତା ଆଣିଛନ୍ତି। ସାମୂହିକ ଭାବେ ଦେଖିବାକୁ ଗଲେ ୧୦୪ ପରୀକ୍ଷାର୍ଥୀ ବିଜ୍ଞାନ ଶ୍ରେୀଣୀରେ ପାସ କରିଛନ୍ତି।
ସେହିପରି ଆଜି ମଧ୍ୟ ମଦର ପବ୍ଲିକ ସ୍କୁଲ ଭୁବନେଶ୍ୱରର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ବିଜ୍ଞାନ ଶ୍ରେଣୀରେ କରଣ ପଟ୍ଟନାୟକ, ଅମ୍ଳାନ ଅକ୍ଷୟାଂଶୁ ସାହୁ ଉଭୟେ ୯୮.୮୦ ପ୍ରତିଶତ ନମ୍ବର ରଖିଛନ୍ତି। ଶିବମ ମହାପାତ୍ର ୯୮.୪୦ ପ୍ରତିଶତ ନମ୍ବର ରଖିଛନ୍ତି। ପ୍ରଜ୍ଞା ସମୃଦ୍ଧି ପଣ୍ଡା ଓ ରୋହନ ଜେନା ୯୭.୮୦ ପ୍ରତିଶତ ନମ୍ବର ରଖିଛନ୍ତି। ଏଥି ସହିତ ସ୍କୁଲର ୧୬୧ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସିବିଏସଇ ବାଣିଜ୍ୟ ବିଭାଗରେ ପ୍ରତୀକ ପ୍ରତ୍ୟୁଷ ଦାସ ୯୭.୪୦ ପ୍ରତିଶତ ରଖିଥିବାବେଳେ ସୌମେନ୍ଦ୍ର ସାହୁ ଓ ଅଭିଜିତ ଦୁର୍ଗା ୯୫.୪୦ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଦିଶା ଗୁପ୍ତା ଓ ଶୀତଲ କୟାଲ ୯୫.୨୦ ପ୍ରତିଶତ ନମ୍ବର ରଖିଛନ୍ତି। ସ୍କୁଲର ୧୭ ଜଣ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗରେ ୯୦ ପ୍ରତିଶତରୁ ଊର୍ଦ୍ଧ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ସେହିପରି କଳା ବିଭାଗରେ ଅନୁଶ୍ରୀ ରଥ, ସୋନନ ସଙ୍କେତ, ପ୍ରୀତିଶ ପତ୍ରୀ ୯୮.୮୦ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ତେବେ ସ୍କୁଲର ଛାତ୍ରଛାତ୍ରୀ ଏଠାରୁ ପାଠପଢି ବିଭିନ୍ନ ସ୍ଥାନରେ ନିଜର ପାରଦର୍ଶୀତା ଦେଖାଇଛନ୍ତି।

Related posts

ଗୋପାଳପୁରରେ ତୃଣମୂଳସ୍ତରରୁ ବିଜେଡିକୁ ମଜବୁତ କରିବାକୁ ସାଂସଦ ମାନସ ମଙ୍ଗରାଜଙ୍କ ଆହ୍ୱାନ

mahabharatanews

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩; ସ୍ୱତନ୍ତ୍ର ପ୍ରସ୍ତୁତିରେ ଓଡିଶା

mahabharatanews

୩୦ ତାରିଖରେ ହେବ ବିଦିପନୀ, ୬୦ ହଜାର ରୁ ଉର୍ଦ୍ଧ ଭକ୍ତ ଯୋଗଦେବେ…

mahabharatanews