ପୁରୀ: ହାଜତ ଭିତରେ ଅଭାବନୀୟ ଘଟଣା । ଜଣେ କଏଦୀ ନିଜ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗୁରୁତର ହୋଇଛି । ପୁରୀ ତାଳବଣିଆ ଥାନା ହାଜତ ଭିତରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତାଳବଣିଆ ଥାନା ପୋଲିସ ରବିବାର ରାତିରେ ୫ ଜଣ ଡକାୟତଙ୍କୁ ଗିରଫ କରିଥିଲା । ସେମାନଙ୍କୁ ହାଜତରେ ରଖାଯାଇଥିବା ବେଳେ ଜଣେ କଏଦୀ ହାଜତ ଭିତରେ ଏକ ଧାରୁଆ ଅସ୍ତ୍ରରେ ନିଜ ହାତ ଓ ବେକ କାଟି ଦେଇଥିଲା । ଅତ୍ୟଧିକ ରକ୍ତସ୍ରାବ ହେବାରୁ ତାକୁ ତୁରନ୍ତ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ହାଜତରେ କଏଦୀ ଥିବା ବେଳେ ତା ନିକଟକୁ କିପରି ଧାରୁଆ ଅସ୍ତ୍ର ଆସିଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଅନ୍ୟ ପଟେ ସେ ଡକାୟତ ଗ୍ୟାଙ୍ଗର ହୋଇଥିବାରୁ ତା ନିକଟରେ ଅସ୍ତ୍ର ଥାଇପାରେ । ତେବେ ପୁଲିସ ସେମାନଙ୍କୁ ଗିରଫ କରିବା ପରେ କଣ ସେମାନଙ୍କର ଯାଞ୍ଚ କରି ନ ଥିଲା? କିପରି ଜଣେ ଡାକାୟତ ନିକଟରେ ଅସ୍ତ୍ର ରହିଗଲା । ଯଦି ସେହି ଡକାୟତ କୌଣସି ଥାନା କର୍ମଚାରୀଙ୍କୁ ଆକ୍ରମଣ କରିଥାନ୍ତା? ତେବେ ଏହା ଉପରେ ପୁଲିସ କହିଛି ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।
This whole process only usually takes around 24 hours and will never take longer than 48 for you to receive your treatment in the post. where to buy cialis in malaysia This is a great alternative for those who have a busy schedule.