ଅପରାଧଓଡିଶା

ରାସ୍ତାରୁ ଉଠେଇ ନେଇ ମହିଳାଙ୍କୁ ଦୁଷ୍କର୍ମ ,ଅଭିଯୁକ୍ତ ଗିରଫ

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ଝାରପୋଖରିଆ ଥାନା ନିକଟ ଘିଆଯୋଡି ଗ୍ରାମର କିଚକେଶ୍ୱରୀ ଦେହୁରୀ(୩୩ବର୍ଷ)ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୋଲିସ। ଗତକାଲି ରାତିରେ ମହିଳାଙ୍କ ଲିଖିତ ଅଭିଯୋଗ ମୁତାବକ ମହିଳା ଜଣଙ୍କ ସିଲଫୋଡି ଶ୍ୱଶୁର ଘରୁ ସାରସକଣା ବଜାର ଆସି ଫେରୁ ଥିବା ସମୟରେ କିଚେକଶ୍ୱରୀ ବିନ୍ଧାଣି ତାଙ୍କୁ ରାସ୍ତାରୁ ଉଠାଇନେଇ ନିକଟ ନୂଆଗାଁ କାଜୁ ଜଙ୍ଗଲ ଭିତରେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ । ପିଡିତା ମହିଳାଙ୍କ ଲିଖିତ ଅଭିଯୋଗ କୁ ଭିତ୍ତିକରି ୧୫୦/୨୦୧୯ ଅନୁସାରେ ମାମଲା ରୁଜୁ କରି ଦୁଷ୍କର୍ମ ଅଭିଯୋଗରେ ଆଇପିସି ଧାରା ୩୭୬ ଓ ୩୯୪ ଅନୁସାରେ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଝାରପୋଖରିଆ ପୋଲିସ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ପୀଡିତା ବିବାହିତା ମହିଳାଙ୍କୁ ଗତକାଲି ରାତିରୁ ୱାନ ଷ୍ଟପ ହୋମରେ ରଖି ମେଡିକାଲ କରିବା ପରେ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି। ଝାରପୋଖରୀଆ ଥାନାରେ ମହିଳା ଜନିତ ଘଟଣା ବାରମ୍ବାର ଘଟୁଥିବା ନେଇ ଚିନ୍ତାରେ ପୋଲିସ।

Related posts

କପିଳାସ ନିକଟରେ ହୋଇଥିବା ଦୁର୍ଘଟଣାରେ ଜଣେ ମୃତ

mahabharatanews

ମିଥ୍ୟା ଖବର ପ୍ରଚାର କରି ଜଣେ ଗିରଫ

mahabharatanews

ବଗି ଛାଡ଼ି ୨ କିମି ପଳାଇଲା ଇଞ୍ଜିନ୍

mahabharatanews