ଗଞ୍ଜାମ/ରଜନୀକାନ୍ତ ପାତ୍ର: ଗ୍ରୀଷ୍ମ ଋତୁରେ ସୃଷ୍ଟି ହେଉଥିବା ଉତ୍କଟ ରକ୍ତଭାବର ଦୂରୀକରଣ ଏବଂ ନୂତନ ରକ୍ତଦାତା ସୃଷ୍ଟି ଉଦ୍ଧେଶ୍ୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ନନ୍ଦିକ ଗ୍ରାମରେ ବିପଦର ବନ୍ଧୁ ଓଡିଶା ଏବଂ ନନ୍ଦିକ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଉକ୍ତ ଶିବିରକୁ ହିଞ୍ଜିଳି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତତ୍ ପରେ ଶିବିର ପରିଦର୍ଶନ ରୂପକ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ୫୧ ଜଣ ରକ୍ତବୀର ରକ୍ତଦାନ କରିଥିଲେ। ଉକ୍ତ ଶିବିରକୁ ଅନୀଲ ପରିଡା, ପ୍ରବୀଣ ପାଣିଗ୍ରାହୀ ଏବଂ ନନ୍ଦିକ ଗ୍ରାମର ବହୁ ସଚେତନ ଯୁବକ ସମେତ ବିପଦର ବନ୍ଧୁ ଓଡିଶା ସଂଗଠନର ସକ୍ରିୟ ସଦସ୍ୟବୃନ୍ଦ ପରିଚାଳନା କରିଥିଲେ। ଏହି ଶିବିରରେ ବ୍ରହ୍ମପୁର ଏମକେସିଜି ରକ୍ତଭଣ୍ଡାରର କର୍ମକର୍ତ୍ତା ରକ୍ତସଂଗ୍ରହ କରିଥିଲେ। ଗ୍ରୀଷ୍ମକାଳୀନ ରକ୍ତଭାବର ଦୂରୀକରଣ ଲାଗି ଏ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବିଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।
