ଓଡିଶା

ଖୁବ ଶୀଘ ଡ଼ିଜିପି ଭାବେ ଦାୟିତ୍ୱ ନେବେ ଏମ.ଅଭୟ

(ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଆସନ୍ତା ସୋମବାର ଦିନ ଦାୟିତ୍ୱ ନେବେ ନୂତନ ପୋଲିସ ଡ଼ିଜିପି ଭାବେ ନିଯୁକ୍ତ ହୋଇଥିବା ଏମ.ଅଭୟ । ତାଙ୍କୁ ଗତକାଲି ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଫେୟାରଓ୍ୱେଲ୍ ପରେଡରେ ଭାଗନେଇଥିଲେ ଅଭୟ। ୭୦ ଓ ୭୧ ବ୍ୟାଚର ଆଇପିଏସ ଅଫିସରଙ୍କ ଟ୍ରେନିଂ ବେଳେ ସେ ନିର୍ଦ୍ଦେଶକ ଭାବେ କାର୍ୟ୍ୟ ତୁଲାଇଥିଲେ ।୧୯୮୬ ବ୍ୟାଚର ଏହି ଆଇପିଏସ ଅଫିସର ପୂର୍ବତନ ଡ଼ିଜି ବିକେ.ଶର୍ମାଙ୍କ ବହିଷ୍କାର ପରେ ଏମ.ଅଭୟ ନୂତନ ଡ଼ିଜି ଭାବେ ଦାୟିତ୍ୱ ନେବେ ।

Related posts

ଏକତ୍ରିତ ହୋଇ ସମୂହ ଇସ୍ତଫା ପ୍ରଦାନ କଲେ ୨୫ ପ୍ରାଣୀ ଚିକିତ୍ସକ

mahabharatanews

ଘାଟି ରାସ୍ତାରୁ ଜବତ ହେଲା ଦୁଇ କ୍ବିଣ୍ଟାଲ ଗଞ୍ଜେଇ

mahabharatanews

ସ୍ୱାମପାଟଣା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

mahabharatanews