ବିଦ୍ୟା

୯ ହଜାର ବର୍ଷ ଧରି ଲଗାତର ଦୁର୍ବଳ ହେଉଛନ୍ତି ସୂର୍ଯ୍ୟ

ନୂଆଦିଲ୍ଲୀ: ଚରାଚର ସୃଷ୍ଟିର ଆଧାର ସୂର୍ଯ୍ୟ ତାଙ୍କ ତେଜ ହରାଇ ବସୁଛନ୍ତି । ସୂର୍ଯ୍ୟ କିରଣ କିରଣ ମଧ୍ୟମ ହୋଇଛି। ସୂର୍ୟ୍ୟ ଆକାଶଗଙ୍ଗାରେ ଥିବା ନିଜ ଭଳି ଅନ୍ୟ ତାରାଙ୍କ ତୁଳନାରେ କମଜୋର ହୋଇଯାଇଛନ୍ତି। ଏପରି ଦାବି କରିଛନ୍ତି କିଛି ବୈଜ୍ଞାନିକ । ଧୀରେ ଧୀରେ ସୂର୍ଯ୍ୟଙ୍କ ଚମକ୍‌ରେ ବି ହ୍ରାସ ଘଟୁଛି। ୯ ହଜାର ବର୍ଷ ଧରି ସୂର୍ଯ୍ୟ ଲଗାତର କମଜୋର ହେବାରେ ଲାଗିଛନ୍ତି। ବୋଲି ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟ୍‌ର ମହାକାଶ ବୈଜ୍ଞାନିକମାନେ ଦାବି କରିଛନ୍ତି ।
ଆମେରିକାର ମହାକାଶ ସଂସ୍ଥା ନାସାର କେପ୍‌ଲର ସ୍ପେଶ୍‌ ଟେଲିସ୍କୋପରୁ ମିଳିଥିବା ତଥ୍ୟକୁ ଅଧ୍ୟୟନ କରି ଜଣାଯାଇଛି କି ଆକାଶଗଙ୍ଗାରେ ଥିବା ସୂର୍ଯ୍ୟଙ୍କ ଭଳି ଅନ୍ୟ ତାରାମାନଙ୍କ ତୁଳନାରେ ସୂର୍ଯ୍ୟଙ୍କ ଉଜ୍ଜ୍ଵଳତା କ୍ଷୀଣ ହେବାରେ ଲାଗିଛି। ମ୍ୟାକ୍ସ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଡା. ଆଲେକ୍‌ଜାଣ୍ଡର ସାପିରୋ କୁହନ୍ତି, ସେମାନେ ଆକାଶଗଙ୍ଗାରେ ସୂର୍ଯ୍ୟଙ୍କ ଭଳି ରହିଥିବା ୨୫୦୦ ତାରକାଙ୍କ ତୁଳନା କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି।
୧୬୧୦ ମସିହା ପରଠାରୁ ସୂର୍ଯ୍ୟଉପରେ ସୃଷ୍ଟି ହୋଇଥିବା ସୋଲାର ସ୍ପଟଗୁଡ଼ିକ କ୍ରମାଗତ ଭାବରେ ହ୍ରାସ ପାଇଛି। ଗତ ବର୍ଷ ପ୍ରାୟ ୨୬୪ ଦିନ ପର୍ୟ୍ୟନ୍ତ ସୂର୍ୟ୍ୟରେ ଗୋଟିଏ ବି ସୋଲାର ସ୍ପଟ୍‌ ସୃଷ୍ଟି ହୋଇଥିବା ଦେଖାଯାଇ ନ ଥିଲା। ସୂର୍ଯ୍ୟର ମଧ୍ୟଭାଗରୁ ଏକ ପ୍ରବଳ ଉତ୍ତାପ ତରଙ୍ଗ ଉଠିବା ପରେ ସୋଲାର ସ୍ପଟ୍‌ ସୃଷ୍ଟି ହୁଏ। ଏଥିରୁ ଏକ ବଡ ବିସ୍ଫୋରଣ ଘଟିଥାଏ। ମହାକାଶରେ ସୌର ଝଡ଼ ସୃଷ୍ଟି ହୁଏ। ସୂର୍ଯ୍ୟ୪୬୦ କୋଟି ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ। ଏହା ତୁଳନାରେ ୯୦୦୦ ବର୍ଷ କିଛି ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ସୂର୍ଯ୍ୟ ମୁଖ୍ୟତଃ ଉଦ୍‌ଜାନ ଏବଂ ହିଲିୟମ୍ ଗ୍ୟାସର ଏକ ବିଶାଳ ପେଣ୍ଡୁ ସଦୃଶ। ପରମାଣୁ ବିଭାଜନ ହେତୁ ସୂର୍ୟ୍ୟ ଏହାର ମଧ୍ୟଭାଗରେ ଅପାର ଶକ୍ତି ଉତ୍ପାଦନ କରେ। ଯଦିଓ ସୂର୍ଯ୍ୟଙ୍କଠାରୁ ନିର୍ଗତ ଶକ୍ତିର କେବଳ ସ୍ବଳ୍ପ ଅଂଶ ପୃଥିବୀରେ ପହଞ୍ଚେ, ଏହାର ୧୫ ପ୍ରତିଶତ ମହାକାଶରେ ବିଚ୍ଛୁରିତ ହୋଇଯାଇଥାଏ।

Related posts

AI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025

mahabharatanews

ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

mahabharatanews

କୁକୁଡାଖଣ୍ଡି ରୁ ପ୍ରଯୁକ୍ତି ବିଦ୍ୟା ସଚେତନତା ରଥ ଶୁଭଆରମ୍ଭ

mahabharatanews