(ଦିଲ୍ଲୀ) : ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀରେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି । ଆପ୍ ଏବଂ ବିରୋଧୀ ଦଳ ମଧ୍ୟରେ ଏବେ ବୟାନ ବାଜି ଜାରି ରହିଛି । ଆଉ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ପତ୍ନୀ ସୁନୀତା ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି ।
ସୂଚନାନୁଯାୟୀ , ସେ ଲେଖିଛନ୍ତି, ୩ ଥର ବାଛିଥିବା ମୁଖ୍ୟମନ୍ତ୍ରୀଙ୍କୁ ମୋଦି କ୍ଷମତାର ଅହଙ୍କାରକୁ ନେଇ ଗିରଫ କରିଛନ୍ତି । ସମସ୍ତଙ୍କୁ ଭାଙ୍ଗିବାରେ ଲାଗିଛନ୍ତି । ଏହା ଦିଲ୍ଲୀର ଲୋକଙ୍କ ପ୍ରତି ଅନ୍ୟାୟ । ଆପଣଙ୍କ ମୁଖ୍ୟମନ୍ତ୍ରୀ ସର୍ବଦା ଆପଣଙ୍କ ସହ ଅଛନ୍ତି । ବାହାରେ ରୁହନ୍ତୁ ଅବା ଭିତରେ, ତାଙ୍କ ଜୀବନ ଦେଶ ପାଇଁ ସମର୍ପିତ । ଜନତା ଜନାର୍ଦ୍ଦନ ସବୁ କିଛି ଜାଣନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଅନ୍ୟ ମନ୍ତ୍ରୀ ଓ ଆପ୍ ନେତାଙ୍କ ସହ ଅବକାରୀ ଦୁର୍ନୀତି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର କୋର୍ଟଙ୍କୁ କହିବା ସହ କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲା ।