ଭାରତ

ଅଚାନକ ଭୁଶୁଡି ପଡିଲା ପୋଲ 

(ବିହାର) : ଅଚାନକ ଭୁଶୁଡି ପଡିଲା ବିହାରର ସୁପୋଲରେ  ନିର୍ମାଣଧିନ ପୋଲ  । ଶୁକ୍ରବାର ସକାଳେ ପ୍ରାୟ ୭ଟା ବେଳେ ଏକ ନିର୍ମାଣଧିନ ବ୍ରିଜ୍ ଭୁଶୁଡ଼ି ପଡିଛି । ଏହି ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ଆହତ ଶ୍ରମିକଙ୍କ ସଂଖ୍ୟା ଏବେ ସ୍ପଷ୍ଟ ହୋଇ ନାହିଁ । ଘଟଣାସ୍ଥଳରେ ପ୍ରଥମେ ସ୍ଥାନୀୟ ଲୋକ ପହଞ୍ଚି ଉଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସୂଚନାନୁଯାୟୀ , ୧୨୦୦କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଛି । ସୁପୌଲର ବକାରୋରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଥିବା ଏହା ସବୁଠୁ ଲମ୍ବା ସଡ଼କ । ନିର୍ମାଣଧିନ ବ୍ରିଜର ୫୦,୫୧ ଏବଂ ୫୨ ସମ୍ଭର ଘାଟି ଭୁଶିଡ଼ି ପଡିଛି । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି ।

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୧୬୯ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

mahabharatanews

‘ହେଟ୍ ସ୍ପିଚ୍’ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷମୁକ୍ତ

mahabharatanews