(ଭୁବନେଶ୍ୱର) : ଏବେ ଯାଏଁ ମଧ୍ୟାନ୍ନ ଭୋଜନରେ ଅଣ୍ଡା ବନ୍ଦ ପାଇଁ ନିର୍ଦେଶ ଦିଆଯାଇ ନାହିଁ । ସପ୍ତାହକୁ ଦୁଇ ଥର ପିଲାମାନଙ୍କୁ ଅଣ୍ଡା ଦିଆଯାଉଛି । କେନ୍ଦ୍ର ଗାଇଡଲାଇନ ଅନୁସାରେ ମଧ୍ୟାନ୍ନ ଭୋଜନର ବ୍ୟଞ୍ଜନ ସ୍ଥିର କରାଯାଇଛି । ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା ୫ .୯୦ ଟଙ୍କା ଓ ଉଚ୍ଚପ୍ରାଥମିକ ପିଲା ପିଛା ୮.୮୨ ଟଙ୍କା ଖର୍ଚ୍ଚ ହେଉଛି । କୌଣସି ସ୍କୁଲରେ ଅଣ୍ଡା ଦିଆ ନଯିବା ଘଟଣା ନଜରକୁ ଆସିନି। ଅଣ୍ଡା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆ ଯାଇନି । ପ୍ରତି ସପ୍ତାହରେ ୨ ଥର ଅଣ୍ଡା ଦିଆଯାଉଛି । ଏବେ ଯଦି କିଛି ଅଭିଯୋଗ ଆସେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀ ଙ୍କୁ ତଦନ୍ତ ପାଇଁନିର୍ଦ୍ଦେଶ ଦିଆଯିବ। ବର୍ଷକୁ ଥରେ କେନ୍ଦ୍ର ଗାଇଡଲାଇନ ପରିବର୍ତ୍ତନ କରେ । ଆଗକୁ ପରିବର୍ତ୍ତନ ହେଲେ, ଯାହା ନିଷ୍ପତ୍ତି ନିଆଯିବ ବୋଲି ନୋଡାଲ ଅଫିସର ସୂଚନା ଦେଇଛନ୍ତି ।
previous post