ଦେଶ ବିଦେଶଭାରତ

ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ

ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ସମ୍ପର୍କିତ ମାମଲାରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଘଟଣାରେ ଜଡିତ ଅନ୍ୟ ୫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଜଷ୍ଟିସ ଅରବିନ୍ଦ କୁମାର ଏବଂ ଜଷ୍ଟିସ ଏନବି ଅଞ୍ଜାରିଆ ମାମଲାକୁ ଶୁଣାଣି କରୁଥିଲେ । କୋର୍ଟ କହିଛନ୍ତି ଯେ ଉଭୟଙ୍କୁ ଜାମିନ ମିଳିବ ନାହିଁ । ଏହି ଟିପ୍ପଣୀ ଦେବା ସହ ସୁପ୍ରିମକୋର୍ଟ ଉଭୟଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ମାମଲାକୁ ଅନ୍ୟ ଅଭିଯୁକ୍ତଙ୍କ ସହ ତୁଳନା କରାଯାଇପାରିବ ନାହିଁ । ଉଭୟ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠିତ ହୋଇଥିଲା । ଖଣ୍ଡପୀଠ କହିଛନ୍ତି ଯେ, ଉମର ଖାଲିଦଙ୍କୁ ବେଲ୍ ମିଳିବ ନାହିଁ । ଏହାସହ ଅନ୍ୟତମ ଅଭିଯୁକ୍ତ ଶରଜିଲ ଇମାମ୍ ମଧ୍ୟ ଜେଲରେ ରହିବେ । ତେବେ ଅନ୍ୟ ୫ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଗୁଲଫିସା ଫାତିମା, ମିରାନ୍ ହାଇଦର, ସିଫା ଉର୍ ରେହମାନ, ମହମ୍ମଦ ସଲିମ ଖାନ୍ ଏବଂ ଶଦାବ୍ ଅହମ୍ମଦ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ ଅଭିଯୁକ୍ତଙ୍କ ଜାମିନ ଆବେଦନର ଯାଞ୍ଚ ଅଲଗା ଅଲଗା ଭାବେ କରିବାକୁ ହେବ , କାରଣ ସାତ ଜଣଯାକ ଅଭିଯୁକ୍ତ ଅପରାଧ ମାମଲାରେ ଏକାଭଳି ସ୍ଥିତିରେ ନାହାନ୍ତି ।

ପୂର୍ବରୁ ଡିସେମ୍ବର ୧୦ରେ କୋର୍ଟ ମାମାଲର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଂଜ୍ କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ଦିଲ୍ଲୀ ହାଇକୋର୍ଟ ମଧ୍ୟ ସେପ୍ଟେମ୍ବର ୨ ତାରିଖରେ ବେଲ୍ ଆବେଦନକୁ ଖାରଜ କରିଦେଇଥିଲେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଜାଣିଶୁଣି ସାମୂହିକ କିମ୍ବା ସମାନ ଦୃଷ୍ଟିକୋଣରୁ ବଞ୍ଚିବାକୁ ଚେଷ୍ଟା କରାଯାଇଛି । ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ବିରୋଧରେ ପ୍ରାଥମିକ ଦୃଷ୍ଟିରୁ ଅଭିଯୋଗ ପ୍ରମାଣିତ ହେଉଥିବା ନେଇ କୋର୍ଟ ସନ୍ତୁଷ୍ଟ ଅଛନ୍ତି । ଅପିଲକାରୀଙ୍କ ଉପରେ ଆଇନଗତ ସର୍ତ୍ତ ଲାଗୁ ହେଉଛି । ସେମାନଙ୍କୁ ଜାମିନରେ ମୁକ୍ତ କରିବାର କୌଣସି ଯଥାର୍ଥତା ନାହିଁ । ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କୁ ବାଦ୍ ଦେଇ ବାକି ଅଭିଯୁକ୍ତ ଗୁଲଫିସା ଫାତିମା, ମୀରାନ ହାଇଦର, ଶିଫା-ଉର୍-ରେହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦାବ ଅହମ୍ମଦଙ୍କ ଜାମିନ ମଞ୍ଜୁର କରିଛନ୍ତି ।

Related posts

ହସ୍ପିଟାଲ ଅବହେଳା; ଥାଲାସେମିଆ ପୀଡିତ ୪ ଶିଶୁ HIV ସଂକ୍ରମିତ

mahabharatanews

୧୭ ଯାଏଁ ଖୋଲିବ ଅମୃତ ଉଦ୍ୟାନ

mahabharatanews

ବନ୍ୟା ଓ ଭୂସ୍ଖଳନ ; ବିହାରରେ ସର୍ବାଧିକ ୫୧୮ ମୃତ 

mahabharatanews