ଜଳେଶ୍ୱର: ବେଆଇନ ବାଲି ପରିବହନକୁ ବିରୋଧ କରି ରାତି ଅଧିଆ ପଞ୍ଚାୟତବାସୀ ଧାରଣାକୁ ଓହ୍ଲାଇଲେ । ଜଳେଶ୍ୱର ବ୍ଲକ ରାଜପୁର ପଞ୍ଚାୟତରେ ସୁବର୍ଣ୍ଣରେଖା ନଦୀ ପଠାରୁ ବେଆଇନ ବାଲି ପରିବହନକୁ ବିରୋଧ କରି ଏପରି କରାଯାଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀ ପଠାରୁ ଶିଖର ପୁର ପୋଲ ଦେଇ ରାତି ଅଧିଆ ବେଆଇନ ବାଲି ବୋଛେଇ ଭାରିଯାନ ଯାଆଆସ କରୁଛି । ଫଳରେ ପୋଲର ଦୀର୍ଘସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠୁଛି । ଏହା ବ୍ୟତୀତ ରାତି ତମାମ ବାଲି ବୋଝେଇ ଡ୍ରକର କେଁ କଟର ଶବ୍ଦରେ ଅଞ୍ଚଳବାସୀ ଶାନ୍ତିରେ ଶୋଇ ପାରୁ ନାହାନ୍ତି । ପୋଲର କ୍ଷମତା ରହିଛି ୧୦ ଟନ ପର୍ଯ୍ୟନ୍ତ ଗାଡି ଚଳପ୍ରଚଳ କରି ପାରିବ । ଜିଲ୍ଲା ପ୍ରଶାନ ପକ୍ଷରୁ ମଧ୍ୟ ଏଥିନେଇ ନୋଟିସ ରହିଛି । ହେଲେ ଉକ୍ତ ନୋଟିସ ଅମାନ୍ୟ କରି ପ୍ରତ୍ୟେକ ରାତିରେ ଶହ ଶହ ବେଆଇନ ବାଲି ବୋଝେଇ ଭାରିଯାନ ଯାଆ ଆସ କରୁଛି । ଏନେଇ ସ୍ଥାନୀୟ ପ୍ରଶାନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅପର ପକ୍ଷରେ ପୋଲ ପୋଲ ଉପରେ ନିର୍ଭରଶୀଳ ଜନତାଙ୍କୁ ପୋଲର ସ୍ଥାୟୀତ୍ୱକୁ ନେଇ ଆଶଙ୍କା ପ୍ରକାଶ ପାଉଛି । ଏହାକୁ ନେଇ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ରାସ୍ତା ମଝିରେ ଧାରଣାରେ ବସିଥିଲେ । ଏହି ପୋଲର ସୁରକ୍ଷା ପାଇଁ ପାଶାସନ ୧୦ ଟନରୁ ଊଦ୍ଧ୍ୱର୍ର ବାଲି ଟ୍ରକ ଚଳାଚଳ ଉପରେ ରୋକ ଲଗାଇବା ସହ ବେଆଇନ ବାଲି ଚାଲାଣ ବନ୍ଦ କରିବାକୁ ଦାବି କରିଛନ୍ତି । ଧାରଣାର ସୂଚନା ପାଇ ଜଳେଶ୍ୱର ପୋଲିସ ସେଠାରେ ପହଞ୍ôଚ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସକାଳ ସୁଦ୍ଧା ନିଆଯିବାକୁ ପ୍ରତିଶ୍ରୁତି ଦେଇ ଧାରଣାରୁ ଉଠାଇଥିବା ସୂଚନା ରହିଛି ।
previous post