ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କର ହେବ ସର୍ଭେ । ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି । ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡ଼ି କର୍ମୀ । ଏଥିପାଇଁ ସେମାନଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଜନ୍ମରୁ ୬ ବର୍ଷ ମଧ୍ୟରେ ରହିଥିବା ଭିନ୍ନକ୍ଷମ ଶିଶୁଙ୍କର ସର୍ଭେ କରାଯିବ । ଚିହ୍ନଟ ଶିଶୁଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦, ଆର୍ପିଡବ୍ଲୁଡି ଆକ୍ଟ ୨୦୧୬ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ । ସର୍ଭେ ଠିକ୍ ଭାବେ ଭାବେ ହେଉଛି କି ନାହିଁ ତାକୁ ଅଧିକାରୀମାନେ ଯାଞ୍ଚ କରିବେ । ଏହି ସର୍ଭେ ପ୍ରକ୍ରିୟା ଆସନ୍ତା ୧ ମାସ ମଧ୍ୟରେ ଶେଷ ହେବ ।
