ବିଶ୍ୱ

 ଭୂକମ୍ପରେ ଥରିଲା ତାଇୱାନ୍

(ତାଇୱାନ୍) : ପୁଣି ଥରେ ଭୂକମ୍ପରେ ଥରିଛି ତାଇୱାନ୍ । ତାଇୱାନ ଦକ୍ଷିଣ ଚୀନ୍ ସାଗରରେ ଅବସ୍ଥିତ ଏକ ଛୋଟ ଦ୍ୱୀପ ତାଇୱାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରେକର୍ଡ ହୋଇଛି । ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ଘରୁ ବାହାରି ଆସିଥିଲେ ।

ସୂଚନାନୁଯାୟୀ , ରବିବାର ସକାଳେ ତାଇୱାନରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ବିଷୟରେ ଏହା କୁହାଯାଇଛି ଯେ ଏହା ୧୦ କିଲୋମିଟର ଗଭୀରରେ ଥିଲା । ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ଜନ ଜୀବନ ନଷ୍ଟ ହେବାର ଖବର ମିଳିନାହିଁ । ତେବେ ଲୋକଙ୍କୁ ପୁରୁଣା କୋଠାରୁ ବାହାରି ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହିତ ତାଇୱାନର ପାଣିପାଗ ବିଭାଗ କହିଛି ଯେ ରବିବାର ୪.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ମଧ୍ୟ ରେକର୍ଡ କରାଯାଇଛି । ତାଇୱାନର ପୂର୍ବ ଉପକୂଳରେ ଏହି ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା ।

Related posts

୨୦୧୮ ଅଚଳ ହୋଇପଡ଼ିଥିଲା ଉପଗ୍ରହଟି ଆଜି ପୃଥିବୀ ପୃଷ୍ଠରେ ଖସିବା ନେଇ କହିଛି ମହାକାଶ ଗବେଷଣା ସଂସ୍ଥା ନାସା

mahabharatanews

ୟୁକ୍ରେନ୍- ରୁଷ୍ ଯୁଦ୍ଧରେ ରୁଷ୍ ସୈନ୍ୟ ମୃତାହତ ହେଲେଣି; ୭୫,୦୦୦

mahabharatanews

ପୁଣି ଭୁକମ୍ପରେ ଥରିଲା ଆଫଗାନିସ୍ତାନ

mahabharatanews