ଓଡିଶା

ପୁଲିସ- ମାଓବାଦୀ ମୁହାଁମୁହିଁ; ୨ ଯବାନ ଗୁରୁତର 

(କନ୍ଧମାଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓବାଦୀଙ୍କ ଉତ୍ପାତ । କିଛି ଦିନର ନିରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ , କିଛି ଦିନ ହେଲା ମାଓବାଦୀମାନେ ସର୍ଲା ଜଙ୍ଗଲରେ କ୍ୟାମ୍ପ କରି ରହି ଆସୁଥିଲେ। କନ୍ଧମାଳ ଏସପି ସୂଚନା ପାଇ କମ୍ବିଂ ଅପରେସନ ପାଇଁ ନିର୍ଦେଶ ଦେଇଥିଲେ। ୨ ଯବାନ ବିସ୍ଫୋରଣ ସମୟରେ ଆହତ ହୋଇଛନ୍ତି। କିଛି ଦିନର ନିରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି।  ଯାହା ସମସ୍ତଙ୍କୁ ଚକିତ କରିଛି  ।

Related posts

ସେଲଫି ନେବାକୁ ଯାଇ ନଦୀରେ ଭାସିଗଲେ ୨ ଭଉଣୀ

mahabharatanews

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି

mahabharatanews

ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

mahabharatanews