ଓଡିଶା

ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ତାଳଚେର

ପ୍ରଦୂଷଣକୁ  ନେଇ ଏବେ ଚିନ୍ତାର କାରଣ ସାଜିଛି ଓଡ଼ିଶାର ବାୟୁ ମାନ। ୩୩୨ ଏକ୍ୟୁଆଇ ସହ ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି ତାଳଚେର । ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ  ଅନୁଗୁଳ ୩ ସହର ରହିଛି । ଦିନକୁ ଦିନ ତାଳଚେର ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ନେଇ ଅନୁଗୁଳ ଜିଲ୍ଲାପାଳଙ୍କ ପକ୍ଷରୁ ତାଳଚେର ସହର ପାଇଁ  ଏକ ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରିଥିବା ଜଣା ପଡ଼ିଛି । ଯେଉଁଥିରେ ତାଳଚେର ପୌରପାଳିକାର ନିର୍ମାଣ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟାରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ନିଷିଦ୍ଧ କରିବା ସହିତ ପୌରପାଳିକା ସୀମାନ୍ତ ମଧ୍ୟରେ କୌଣସି ଘର ଭଙ୍ଗା କିମ୍ବା ମାଟି କାର୍ଯ୍ୟ ନିର୍ମାଣକୁ ନିଷିଦ୍ଧ କରାଯାଇଛି । ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର ।  ଦିନକୁ ଦିନ ବାୟୁର ଗୁଣବତ୍ତା ବା ଏକ୍ୟୁଆଇ ଖରାପ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ୩୩୨ ଏକ୍ୟୁଆଇ ସହ ତାଳଚେର ଭାରତର ସର୍ବାଧିକ ପ୍ରଦୂଷିତ ସହର ଭାବେ ରେକର୍ଡ କରିଛି । ଦ୍ୱିତୀୟ ସ୍ଥାନରେ ରହିଛି ବାରିପଦା ସହର। ଏହାର ଏକ୍ୟୁଆଇ ରହିଛି ୩୨୪ । ସେହିପରି ଅନୁଗୁଳରେ ବାୟୁର ଗୁଣବତ୍ତା ୩୨୧ ସହ ତୃତୀୟ ସ୍ଥାନରେ ରହିଛି ।  ଏପଟେ ଗତ ସପ୍ତାହେ ହେଲା କ୍ରମାଗତ ଭାବେ ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୦ ଉପରେ ରହୁଛି। ଆଜି ସକାଳେ ଭୁବନେଶ୍ୱରର ଏକ୍ୟୁଆଇ ୩୦୩ ଥିବା ବେଳେ ଅପରାହ୍ଣରେ ରହିଥିଲା ୨୯୪ । ପୌରପାଳିକା, ଜାତୀୟ ରାଜପଥ ଏବଂ ଖଣି କର୍ତ୍ତୃପକ୍ଷ ଜାତୀୟ ରାଜ ପଥ ଉପରେ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ କରିବାକୁ ନିର୍ଦେଶ ଜାରି ହୋଇଛି । ଅନ୍ୟପଟେ ତାଳଚେର ସହର ଭିତରକୁ ଭାରିଯାନ ଟ୍ରକ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ସହିତ ଖୋଲାମେଲା ସ୍ଥାନରେ ଅଳିଆ ଆବର୍ଜନା ଏବଂ ବିଭିନ୍ନ ହୋଟେଲ ଓ ଢ଼ାବା ଗୁଡ଼ିକରେ କୋଇଲା ଚୁଲାରେ ରୋଷେଇ କରିବା ଏବଂ ଖୋଲା ସ୍ଥାନରେ ‌କୋଇଲା ନିଆଁ ଲଗାଇବା ଉପରେ ସମ୍ପୂର୍ଣ୍ଣ ନି‌ଷେଧ ହୋଇଛି । ଅନ୍ୟପଟେ ତାଳେଚେର ଉପଖଣ୍ଡ ଅଧିକାରୀ ଏବଂ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଦିନରେ ସମସ୍ତ କୋଇଲା ଏବଂ ପାଉଁଶ ଟ୍ରକ ଚଳାଚଳ ଉପରେ କଟକଣା ଜାରି କରିବା ସହିତ ଜାତୀୟ ରାଜପଥ ୧୪୯ ନମ୍ବରରେ କୌଣସି ଟ୍ରକ ବିନା ପାଲ ଭିଡ଼ାରେ ଯାତାୟତ କରି ପାରିବେ ନାହିଁ ବୋଲି ନି‌ର୍ଦେଶ ଦେଇଛନ୍ତି ।

Related posts

ଭୁବନେଶ୍ୱର-ନୂଆଦିଲ୍ଲୀ ଟ୍ରେନ: ଚାହିଦାକୁ ଦୃଷ୍ଟିରେ ରଖି ବଢିଲା ୫ ବଗୀ

mahabharatanews

ବଢୁଛି ମାଓହିଂସା : ଭୁରୁଷିଖମା ଛକରେ ଲଗାଇଲେ ପୋଷ୍ଟର

mahabharatanews

ଚୋରା ଚାଲାଣ ବେଳେ ଟ୍ରକ ସହ ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

mahabharatanews