ଭାରତ

ବର୍ଷା ବିତ୍ପାତ, ୬ ଜିଲ୍ଲାରେ ସ୍କୁଲ ବନ୍ଦ 

(ଭୁବନେଶ୍ୱର) : ଆଜି ଦକ୍ଷିଣ ଭାରତରେ ପାଗ ଅତ୍ୟନ୍ତ ଖରାପ, ବୁଧବାର ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ରାଜ୍ୟରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ । ପ୍ରବଳ ବର୍ଷା ହେତୁ ତିରୁନେଲଭେଲି, କନ୍ୟାକୁମାରୀ, ଥୋଥୁକୁଡି, ଟେନକାସୀ, ବିରୁଥୁନଗର, ପୁଡୁକୋଟାଇ, ନୀଳଗିରି ଜିଲ୍ଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି  । ରାଜ୍ୟ ସରାକର ଏବଂ ଆଜି ମଧ୍ୟ ଏଠାରେ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ହିମାଚଳ ଓ କାଶ୍ମୀରରେ ତୁଷାରପାତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

ସୂଚନାନୁଯାୟୀ ,ଆଜି କେବଳ ତାମିଲନାଡୁ ନୁହେଁ କେରଳ ଏବଂ କର୍ଣ୍ଣାଟକରେ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ତାମିଲନାଡୁରେ ଘୂର୍ଣ୍ଣିବଳୟ ହେତୁ ଆସନ୍ତା ପାଞ୍ଚ ଦିନ ଏଠାରେ ପାଗ ଅତ୍ୟନ୍ତ ଖରାପ ରହିବ। ଏହି ରାଜ୍ୟଗୁଡିକରେ ପ୍ରବଳ ବର୍ଷା ହୋଇପାରେ, ଆଗାମୀ ଦିନରେ ଲକ୍ଷ୍ମୀଦୀପ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉପକୂଳ ଓଡ଼ିଶା, ଗୋଆ, କୋଙ୍କଣ-ଗୋଆ ଏବଂ ପଶ୍ଚିମ ହିମାଳୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଯେଉଁଥି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେଥିପାଇଁ ୨୩ତାରିଖରୁ ଆସନ୍ତା ଚାରି ଦିନ ମଧ୍ୟରେ ପାଣିପାଗରେ ଅନେକ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି ।

Related posts

ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ଅଚାନକ ଆଉ ଏକ ଭୂସ୍ଖଳନ 

mahabharatanews

୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

mahabharatanews

ଉଠିଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍

mahabharatanews