Uncategorized

ଜୀବନ ହରାଇବା ପୂର୍ବରୁ ୨୦ ଜଣଙ୍କୁ ବଞ୍ଚାଇଦେଲେ ଡ୍ରାଇଭର

ଜୀବନ ହରାଇବା ପୂର୍ବରୁ ୨୦ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଡ୍ରାଇଭର୍ । ଆଜି ହୁଏତ ସେ ଏ ଦୁନିଆରେ ନାହାନ୍ତି, ହେଲେ ତାଙ୍କ ଋଣ କେହି ଶୁଝି ପାରିବେନି । ହୃଦଘାତରେ ତାଙ୍କର ଜୀବନ ଚାଲିଯାଇଛି, କିନ୍ତୁ ତାଙ୍କ ବୁଦ୍ଧିମତା ପାଇଁ ଏତେ ଲୋକଙ୍କ ଜୀବନ ବଞ୍ଚିଯାଇଥିବାରୁ ତାଙ୍କୁ ସମସ୍ତେ ସଲାମ କରୁଛନ୍ତି ।

ମୃତ ଡ୍ରାଇଭରଙ୍କ ନାଁ ସେମାଲାଇୟାପ୍ପାନ। ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ତାମିଲନାଡୁର ତିରୁପ୍ପୁର ଜିଲ୍ଲାର ବେଲ୍ଲାକୋଇଲ ସ୍ଥିତ ଏଏନ୍ଭି ମାଟ୍ରିକ୍ ସ୍କୁଲର ବସ୍ ଚଲାଉଥିଲେ। ସବୁ ଦିନ ଭଳି ଜୁଲାଇ ୨୪ ତାରିଖରେ ସ୍କୁଲ ଛୁଟି ହେବା ପରେ ସେ ୨୦ ଜଣ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ଘରେ ଛାଡ଼ିବା ପାଇଁ ବସ୍ରେ ନେଇ ଯାତ୍ରା ଆରମ୍ଭ କରିଥିଲେ। ତେବେ ବାଟରେ ତାଙ୍କ ଛାତିରେ ଖୁବ୍ ଯନ୍ତ୍ରଣା ହୋଇଥିଲା। ଅଘଟଣ ଆଶଙ୍କା କରି ଖୁବ୍ କଷ୍ଟରେ ସେ ପ୍ରଥମେ ବସ୍କୁ ରାସ୍ତା ପାର୍ଶ୍ୱରେ ସୁରକ୍ଷିତ ଭାବେ ଅଟକାଇ ଦେଇଥିଲେ।

ଏହାର କିଛି କ୍ଷଣ ପରେ ସେ ଚେତାଶୂନ୍ୟ ହୋଇଗଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Related posts

ଗୁଜବକୁ ଭୁଲ ପ୍ରମାଣ କରିବାକୁ ମନ୍ତ୍ରୀ ଖାଇଲେ ଚିକେନ୍

mahabharatanews

ରକ୍ତ ଜମାଟ ବାନ୍ଧିବା କରୋନା ମୃତ୍ୟୁର ଏକ କାରଣ 

mahabharatanews

କଞ୍ଚା ଆମ୍ବର ଜୁସ ପିଇବା ଦ୍ଵାରା ମିଳିଥାଏ ଚମତ୍କାରୀ ଫାଇଦା

mahabharatanews