ଖେଳ

ମିତାଲିଙ୍କ ବାୟୋଗ୍ରାଫିରେ ନଜର ଆସିବେ ତପସୀ

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ନିର୍ମାଣ ହେବ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କ ଆତ୍ମଜୀବନୀ ଉପରେ ସିନେମା । ସିନେମାର ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ଼ ଚୁଲବୁଲି ନାହିକା ତାପସୀ ପନ୍ନୁ । ମଙ୍ଗଳବାର ମିତାଲିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଟୁଇଟ ଯୋଗେ ତାପସୀ ଅଭିନନ୍ଦନ ଜଣାଇଛନ୍ତି । ମିତାଲିଙ୍କ ଆତ୍ମଜୀବନୀରେ ଅଭିନୟ କରିବା ନେଇ ବେଶ୍ ଉତ୍ସାହିତ ଥିବା ଏବଂ କ୍ରିକେଟ୍ ପ୍ୟାଡ୍ ଓ ଗ୍ଲୋଭ୍ସ ପିନ୍ଧି ଛକା ଚୌକା ମାରିବାକୁ ପ୍ରସ୍ତୁତ ଥିବା ଲେଖିଛନ୍ତି। ଚଳଚ୍ଚିତ୍ରର ନାଁ ‘ସାବାସ ମିଥୁ’ ରଖା ଯାଇଛି। ଏନେଇ ତାପସୀ ନିଜେ ସୂଚନା ଦେଇଛନ୍ତି । ଏହା ପରେ ତାପସୀ ମଧ୍ୟ ଗୁଜରାଟର ରଶ୍ମି ନାମକ ଜଣେ ଧାବିକାଙ୍କ ଉପରେ ନିର୍ମାଣ ହେବାକୁ ଥିବା ‘ରଶ୍ମି ରକେଟ୍’ ନାମକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ।

Related posts

ଟି୨୦ ବିଶ୍ବକପ ପୂର୍ବରୁ ସୂର୍ଯ୍ୟ କୁମାରଙ୍କୁ ସମସ୍ତ ଖେଳାଳି ଦେଲେ ଧନ୍ୟବାଦ

mahabharatanews

ଘୋଷଣା ହେଲା ବିଜୁ କ୍ରୀଡା ଯୋଜନା

mahabharatanews

ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ

mahabharatanews