ଖେଳ

ମିତାଲିଙ୍କ ବାୟୋଗ୍ରାଫିରେ ନଜର ଆସିବେ ତପସୀ

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ନିର୍ମାଣ ହେବ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କ ଆତ୍ମଜୀବନୀ ଉପରେ ସିନେମା । ସିନେମାର ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ଼ ଚୁଲବୁଲି ନାହିକା ତାପସୀ ପନ୍ନୁ । ମଙ୍ଗଳବାର ମିତାଲିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଟୁଇଟ ଯୋଗେ ତାପସୀ ଅଭିନନ୍ଦନ ଜଣାଇଛନ୍ତି । ମିତାଲିଙ୍କ ଆତ୍ମଜୀବନୀରେ ଅଭିନୟ କରିବା ନେଇ ବେଶ୍ ଉତ୍ସାହିତ ଥିବା ଏବଂ କ୍ରିକେଟ୍ ପ୍ୟାଡ୍ ଓ ଗ୍ଲୋଭ୍ସ ପିନ୍ଧି ଛକା ଚୌକା ମାରିବାକୁ ପ୍ରସ୍ତୁତ ଥିବା ଲେଖିଛନ୍ତି। ଚଳଚ୍ଚିତ୍ରର ନାଁ ‘ସାବାସ ମିଥୁ’ ରଖା ଯାଇଛି। ଏନେଇ ତାପସୀ ନିଜେ ସୂଚନା ଦେଇଛନ୍ତି । ଏହା ପରେ ତାପସୀ ମଧ୍ୟ ଗୁଜରାଟର ରଶ୍ମି ନାମକ ଜଣେ ଧାବିକାଙ୍କ ଉପରେ ନିର୍ମାଣ ହେବାକୁ ଥିବା ‘ରଶ୍ମି ରକେଟ୍’ ନାମକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ।

Related posts

ଭାରତ –ୱେଷ୍ଟଇଣ୍ଡିଜ ଟ-୨୦ ମ୍ୟାଚ ଆଜି

mahabharatanews

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

mahabharatanews

୪୩ ହଜାର ଫୁଟବଲ ପିଲାମାନଙ୍କୁ ୨୦୦୦ ବିଦ୍ୟାଳୟରେ ବଣ୍ଟନ କରାଯିବ

mahabharatanews