ବାଲେଶ୍ୱର: ରାଜ୍ୟ ସରକାର ଶିକ୍ଷା ପ୍ରତି ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ତଥା ସ୍କୁଲ ଅଭିମୁଖୀ କରିବା ଲକ୍ଷ୍ୟରେ ପ୍ରଥମିକ ବିଦ୍ୟାଳୟ, ଅଙ୍ଗନୱାଡି ବା ଚାଟଶାଳୀକୁ ପ୍ରାଥମିକତା ଦେଇଛନ୍ତି । ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ସହ ପିଲାଙ୍କ ପାଇଁ ବିଭିନ୍ନ ଖେଳ ସାମଗ୍ରୀ ଯୋଗଇ ଦେଉଛନ୍ତି । କିନ୍ତୁ ସବୁ ସତ୍ତେ୍ୱ ଯୋଜନାକୁ ନେଇ ଆନ୍ତରିକତାର ଅଭାବ କାରଣରୁ ପଶ୍ଚିମ ଓଡିଶା ସୀମାନ୍ତବର୍ତ୍ତୀ ଅନେକ ଚାଟଶାଳୀର ଶିକ୍ଷକ ଶିକ୍ଷୟିତ୍ରୀ ନାନା ସମସ୍ୟାକୁ ନେଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇଛନ୍ତି ।
ଚାଟଶାଳୀକୁ ବହି, ସିଲଟ ଓ ଖଡି ମିଳୁନି । ସେଥିପାଇଁ ପିଲାମାନେ ଏଠାକୁ ପଢିବାକୁ ଆସୁନାହାନ୍ତି । ବେଙ୍ଗଲ ସ୍କୁଲକୁ ·ଲି ଯାଉଛନ୍ତି । ·ଟଶାଳୀ ଶିକ୍ଷୟିତ୍ରୀ ସଂଯୁକ୍ତା ଦାସ କହିଛନ୍ତି-·ଟଶାଳୀରେ ପାଠ ପୁଥିବା ପିଲାଙ୍କୁ କଣ ମିଳୁଛି ବୋଲି ସେମାନଙ୍କ ଅଭିଭାବକ ପ·ରୁଛନ୍ତି? ଏକଥା ଶୁଣିବା ପରେ ମୋତେ ଦୁଃଖ ଲାଗୁଛି ।କାରଣ ମୋତେ ଦରମା ମିଳୁନି । ଦୁଇ ବର୍ଷ ହେଲା ମୁଁ ଦରମା ପାଇନିୟ ଆଉ ପିଲାମାନଙ୍କୁ କଣ ଦେବି? ପଶ୍ଚିମବଙ୍ଗ ସୀମା ସେପଟେ ଓଡ଼ିଆ ଲିପି ଶିକ୍ଷାର ପ୍ରସାର, ପ୍ରସାର ଓ ଶିକ୍ଷାଦାନ ଉଦ୍ଦେଶ୍ୟରେ ୨୦୦୪ରେ ପ୍ରତିଷ୍ଠା କରାଯାଇଥିଲା ୧୩୫ଟି “·ଟଶାଳୀ’ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ପରି·ଳନା ଦାୟିତ୍ୱରେ ରହିଛି ‘ଉକ୍ରଳ ସମ୍ମିଳନୀ’ । ଓଡ଼ିଆ ଭାଷା ସମ୍ପର୍କରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବାକୁ ନିଯୁକ୍ତ ହୋଇଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ଇତିମଧ୍ୟରେ “·ଟଶାଳୀ’ ବ୍ୟବସ୍ଥାକୁ ବିତିଗଲାଣି ୧୬ ବର୍ଷ । ହେଲେ ଯେଉଁ ଉଦ୍ଦେଶ୍ୟରେ “·ଟଶାଳୀ’ ପ୍ରତିଷ୍ଠା ହୋଇଥିଲା, ତାହା ସାଧିତ ହୋଇନାହିଁ! “·ଟଶାଳୀ’ରେ ପଢୁଥିବା ପିଲାଙ୍କୁ ପାଠ୍ୟ ଉପକରଣ ମିଳୁନାହିଁ । ଏପରିକି ମଧ୍ୟାହ୍ନ ଭୋଜନ ମଧ୍ୟ ମିଳୁନି । ଯେଉଁଥିପାଇଁ ପିଲାମାନେ ବେଙ୍ଗଲ ସ୍କୁଲରେ ପାଠ ପଢିବାକୁ ·ଲି ଯାଉଛନ୍ତି । କାରଣ ସେଠି ସେମାନଙ୍କୁ ବେଙ୍ଗଲୀ ଭାଷାରେ ପୁସ୍ତକ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁଛି । ତେଣୁ ସେମାନେ କାହିଁକି ଓଡ଼ିଶା ସରକାର ପ୍ରତିଷ୍ଠା କରିଥିବା “·ଟଶାଳୀ’କୁ ଯିବେ? ସୀମାନ୍ତ ଜିଲ୍ଲାରେ ଓଡ଼ିଆ ଭାଷା ସଙ୍କଟ ଦେଇ ଗତି କରୁଥିବା ବେଳେ ଉକ୍ରଳ ସମ୍ମିଳନୀ ଆରମ୍ଭ କରିଛି ଅଭିଯାନ । ପଶ୍ଚିମ ମେଦିନପୁର, ଝାଡ଼ଗ୍ରାମ ଆଦି ଅଞ୍ଚଳକୁ ଯାଇ ଓଡ଼ିଆ ଭାଷାର ପ୍ର·ର ପ୍ରସାର ପାଇଁ ଉକ୍ରଳ ସମ୍ମିଳନୀ ଅଭିଯାନ ଜାରି ରଖିବା ସହ “·ଟଶାଳୀ’ର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଦାବି କରିଛ ।
next post