Uncategorized

୮୨ରନରେ ଜିତି ଟିମ୍ ଇଣ୍ଡିଆ ସମ୍ମାନ ରଖିଲା

ରାଜକୋଟ : ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮୨ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ ୨-୨ରେ ବରାବର ରହିଛି । ତେବେ ଏହି ମ୍ୟାଚରେ ଇନ୍ଦୋରର ହିରୋ ତଥା ଭାରତୀୟ ବୋଲର ଆବେଶ ଖାନ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥିରେ ଆବେଶ ତାଙ୍କର ତୃତୀୟ ଓଭରରେ ଏବଂ ଭାରତୀୟ ବୋଲିଂର ୧୫ତମ ଓଭରରେ ହ୍ୟାଟ୍ରିକ ଅର୍ଜନ କରିବାରେ ସଫଳ ହୋଇଛନ୍ତି । ଆବେଶ ତାଙ୍କର ଏହି ସଫଳତାକୁ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । କାରଣ ଗତ ଶୁକ୍ରବାର ତାଙ୍କ ବାପାଙ୍କ ଜନ୍ମଦିନ ରହିଥିବା ବେଳେ ଆବେଶ ଏହି ସଫଳତା ପାଇଥିଲେ ।

ସୂଚନାନୁସାରେ, ଗତ ଶୁକ୍ରବାର ଆୟୋଜିତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ଋତୁରାଜ ଗାଏକୱାର୍ଡ ଏବଂ ଇଶାନ କିଶାନ ଖେଳ ଆରମ୍ଭ କରିଥିଲେ । ମାତ୍ର ଦଳୀୟ ସ୍କୋର ୧୩ ରହିଥିବା ବେଳେ ଋତୁରାଜ ମାତ୍ର ୫ ରନ୍ କରି ଆଉଟ ହୋଇଥିଲେ । ଇଶାନ କିଶାନ(୨୭), ଶ୍ରେୟାସ ଆୟାର(୪), ଋିଷଭ ପନ୍ଥ(୧୭), ଅକ୍ଷର ପଟେଲ(୮) ରନ୍ କରିଥିଲେ । ମାତ୍ର ହାର୍ଦ୍ଦିକ ପଟେଲ ୪୮ ରନ୍ କରିଥିବା ବେଳେ ଦିନେଶ କାର୍ତ୍ତିକ ସର୍ବାଧିକ ୫୫ ରନ୍ କରିବାରେ ସଫଳ ହୋଇଥିଲେ । ଫଳରେ ଟିମ ଇଣ୍ଡିଆ ୧୬୯ ରନ କରି ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୧୭୦ ରନର ଟାର୍ଗେଟ ଦେଇଥିଲା ।

ଏହାର ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୧୬.୨ ଓଭରରେ ୯ ୱିକେଟ ବିନିମୟରେ ୮୭ ରନ୍ କରି ୮୨ ରନ୍ରେ ପରାସ୍ତ ହୋଇଥିଲା । ଦଳ ପକ୍ଷରୁ କ୍ୱିଣ୍ଟନ ଡିକକ୍(୧୪), ଟେମ୍ବା ବୋଭୁମା(୮), ଦୁସାନ(୨୦), ମାର୍କୋ ଜାନସେନ(୧୨)ଙ୍କ ଦଳକୁ ଜିତାଇବାରେ ସକ୍ଷମ ହୋଇନଥିଲା । ଏହି ବିଜୟ ଫଳରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨-୨ରେ ବରାବର ରହିଛି । ତେବେ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ ଜିତି ସିରିଜ ହାତେଇବାକୁ ଉଭୟ ଦଳ ଚେଷ୍ଟା କରିବ । ତେବେ ଏହି ମ୍ୟାଚ ବେଶ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି ।

 

Related posts

ରାଜ୍ୟରେ ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ମୁଶାରଫଙ୍କୁ ମୃତ୍ୟୁଦଣ୍ଡ

mahabharatanews

ଫଲ୍ସ ନେଗେଟିଭ ସୁପର ସ୍ପ୍ରେଡର କାରଣ

mahabharatanews