Uncategorized

 ଆଜି ଆସିବ ଦ୍ୱିତୀୟ ବୋଇଂ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଯାତ୍ରାକୁ ଆହୁରି ସୁଦୃଢ ଓ ସୁରକ୍ଷିତ କରିବାକୁ ଆଜି ଭାରତ ଆସୁଛି ଦ୍ବିତୀୟ ବୋଇଙ୍ଗ ଏୟାରକ୍ରାଫ୍ଟ । ଆଜି ଆମେରିକା ଭାରତକୁ ଦ୍ବିତୀୟ ଭିଭିଆଇପି ବୋଇଙ୍ଗ ୭୭୭ ଏୟାରକ୍ରାଫ୍ଟ ହସ୍ତାନ୍ତର କରିବ । ଏହି ବିମାନର ବେଗ ୯୦୦ କିଲୋମିଟର ପ୍ରତିଘଣ୍ଟା ରହିବ। ଏହି ବିମାନର ମିଶାଇଲ ମାଡ କିଛି କ୍ଷତି କରି ପାରିବ ନାହିଁ । ଏହି ବିମାନରେ ହିନ୍ଦୀରେ ଭାରତ ଓ ଇଂରାଜିରେ ଇଣ୍ଡିଆ ଲେଖା ଯାଇଛି। ଅଶୋକଚକ୍ର ସହ ବିମାନରେ ତ୍ରିରଙ୍ଗା ଚିତ୍ର ରହିଛି। ବିମାନ ଭିତରେ ମିଟିଂ ହଲ, କନଫରେନ୍ସ କ୍ୟାବିନ, ପ୍ରେସ ବ୍ରିଫିଙ୍ଗ ରୁମ, ସୁରକ୍ଷିତ ଭିଡିଓ ଟେଲିଫୋନ ଓ ସାଉଣ୍ଡ ପ୍ରୁଫ ସୁବିଧା ସହ ଫାଇଭ ଷ୍ଟାର ସୁବିଧା ରହିଛି।
ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପାଇଁ ବିଶେଷ ଭାବେ ନିର୍ମିତ ପ୍ରଥମ ବି ୭୭୭ ବିମାନ ଅକ୍ଟୋବର ୧ରେ ଆମେରିକାରୁ ଭାରତ ଆସିଥିଲା। ୨୦୧୮ରେ ଭାରତ ବୋଇଙ୍ଗ କମ୍ପାନି ସହ ବିମାନ ପାଇଁ ଚୁକ୍ତି କରିଥିଲା। ବିମାନ କଷ୍ଟମାଇଜ କାମ ଆମେରିକାରେ କରାଯାଇଛି। ଏଥିରେ ସୁରକ୍ଷାକୁ ଆବଶ୍ୟକତା ଅନୁସାରେ ପରିବର୍ତନ କରାଯାଇଛି। ଏହି ଏୟାର କ୍ରାଫ୍ଟ ୧୭ ଘଣ୍ଟା ପର୍ୟ୍ୟନ୍ତ କ୍ରମାଗତ ରିଫ୍ୟୁଏଲ ବିନା ଉଡିପାରିବ।

 

Related posts

ୟେମେନ: ବାଲାଷ୍ଟିକ ମିସାଇଲ ଆକ୍ରମଣରେ ୭୦ ଯବାନ ମୃତ

mahabharatanews

କରୋନା ସଂକ୍ରମଣ ନ ହେବା ପାଇଁ କିଛି ସତର୍କତା

mahabharatanews

କରୋନାର ଉତ୍ପତ୍ତିସ୍ଥଳରୁ ନଅଟକାଇବାରୁ ୧୮୪ ଦେଶକୁ ବ୍ୟାପିଲା

mahabharatanews