ଭାରତ

ଇଡିରେ ହାଜର ହେବେନି ବିହାର ଉପ ମୁଖ୍ୟମନ୍ତ୍ରୀ

(ଦିଲ୍ଲୀ) :  ଜାନୁଆରୀ ୫ ରେ ଇଡି କାର୍ଯ୍ୟାଳୟରେ ହାଜିର ହେବା ପାଇଁ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଚାକିରି ଦେବା ବଦଳରେ ଜମି ଅର୍ଥ ହେର ଫେର ମାମଲାରେ ଦ୍ୱିତୀୟ ସମନ ଜାରି କରାଯାଇଥିଲା । କିନ୍ତୁ ଏକ ସୂତ୍ରରୁ ଖବର ଅନୁଯାୟୀ ତେଜସ୍ୱୀ ଯାଦବ ଆସନ୍ତାକାଲି ଇଡିରେ ହାଜର ହେବେ ନାହିଁ ।

ସୂଚନାନୁଯାୟୀ , ବିହାରରେ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ତେଜସ୍ୱୀ ଇଡି କାର୍ଯ୍ୟାଳୟରେ ହାଜର ହେବେ ନାହିଁ । ଏହାପୂର୍ବରୁ, ୨୨ ଡିସେମ୍ବର ୨୦୨୩ ଏବଂ ୨୭ ଡିସେମ୍ବର ୨୦୨୩ ରେ, ଡେପୁଟି ସିଏମ୍ ତେଜସ୍ୱୀ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପଚରାଉଚରା ପାଇଁ ଦିଲ୍ଲୀର କାର୍ଯ୍ୟାଳୟକୁ ଡାକିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ , କିନ୍ତୁ ଉଭୟ ଲାଲୁ ଏବଂ ତେଜସ୍ୱୀଙ୍କୁ ସମନ ପଠାଇବା ପରେ ମଧ୍ୟ ଦିଲ୍ଲୀ ଯାଇ ନଥିଲେ ।

Related posts

ଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶ

mahabharatanews

ତୃତୀୟ ଦିନରେ ଶୀତକାଳୀନ ଅଧିବେଶନ

mahabharatanews

ଭାସିଗଲା କାଠ ପୋଲ; ଫସିଛନ୍ତି ୫୦ ତୀର୍ଥଯାତ୍ରୀ

mahabharatanews