Uncategorized

ମାତୃତ୍ବ ଛୁଟି ୧ ବର୍ଷକୁ ବୃଦ୍ଧି

ହ୍ରାଇଦ୍ରାବାଦ୍: ପୂର୍ବରୁ ୬ ମାସ ଥିବା ମାତୃତ୍ୱକାଳୀନ ଛୁଟି ୧ ବର୍ଷକୁ ବୃଦ୍ଧି ପାଇଛି । ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇଛି। ଏହି ନିୟମ ଲାଗୁ କରିଛନ୍ତି ତେଲେଙ୍ଗାନା ସରକାର । ପୂର୍ବରୁ ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡ଼ିକରେ ମାତୃତ୍ୱକାଳୀନ ଛୁଟିକୁ ୬ ମାସ ପର୍ୟ୍ୟନ୍ତ ଦିଆଯାଉଥିଲା। କିନ୍ତୁ ତେଲେଙ୍ଗାନା ସରକାର ଏହି ନିୟମକୁ ଗତ ଜୁଲାଇଠାରୁ ଲାଗୁକରିଛନ୍ତି ।
କର୍ମଜୀବୀ ମହିଳା ମାତୃତ୍ୱ ଲାଭର ୬ ମାସ ପରେ କର୍ମସଂସ୍ଥାନରେ ଯୋଗଦେଇଥାନ୍ତି । ଫଳରେ ଶିଶୁର ଲାଲନପାଳନ ଠିକଭାବେ ହୋଇପାରି ନ ଥାଏ । ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତବ୍ୟକ୍ତ କରୁଛନ୍ତି । ମାତୃତ୍ୱକାଳୀନ ଛୁଟିକୁ ବଢାଇବା ଲାଗି ଅନେକ ଦମ୍ପତ୍ତି ଦାବି ମଧ୍ୟ କରୁଥିଲେ । ତେଣୁ ସବୁ ଦିଗକୁ ନଜରରେ ରଖି ତେଲେଙ୍ଗାନା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ କର୍ମଜୀବୀ ମହିଳାଙ୍କ ପାଇଁ ୨୦୧୬ ମସିହାରେ ମ୍ୟାଚରନିଟି ବେନିଫିଟ୍ ଆଇନ ୧୯୬୧ର ସଂଶୋଧନ କରିଥିଲେ କେନ୍ଦ୍ର ସରକାର। ଆଉ ଏହି ସଂଶୋଧନ ବିଲ୍ ୨୦୧୭ରେ ଆଇନରେ ମଧ୍ୟ ପରିଣତ ହୋଇଥିଲା। ଆଉ ସେବେଠାରୁ ମହିଳା ମାନଙ୍କୁ ୧୨ ସପ୍ତାହ ବଦଳରେ ୨୬ ସପ୍ତାହ ଛୁଟି ମିଳୁଛି। ଡାକ୍ତରମାନେ ମଧ୍ୟ ନବଜାତ ଶିଶୁ ପାଖରେ ଅତି କମ୍ରେ ୩୬୪ ଦିନ ମାଆ ରହିବା ଦରକାର ବୋଲି ପରାମର୍ଶ ଦେଇଥିଲେ। ତେଣୁ ଏବେ ଏହାକୁ ପ୍ରଥମେ ତେଲେଙ୍ଗାନା ସରକାର ଲାଗୁ କରିଛନ୍ତି।

 

Related posts

ଋଷିକୂଲ୍ୟା ନଦୀରେ ୨ ଜଣ ନାବାଳକଙ୍କ ନିଖୋଜ ଘଟଣା : ଏଯାଏଁ ମିଳୁନି ପତ୍ତା

mahabharatanews

ଇସଲାମୋଫୋବିୟା ପାକିସ୍ତାନକୁ ମାଲଦ୍ୱୀପର ସମାଲୋଚନା

mahabharatanews

ଅଟୋ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭର ମୃତ, ୭ ଆଶାକର୍ମୀ ଗୁରୁତର

mahabharatanews