ଓଡିଶା

ଧୋଇହୋଇଗଲା ଧବଳେଶ୍ୱର ମନ୍ଦିର ରାସ୍ତା

(କଟକ) :  ମହାନଦୀରେ ପ୍ରବଳରୁ ଅତି ପ୍ରବଳ ପାଣି ଆସୁଥିବାରୁ ଧବଳେଶ୍ୱର ଅସ୍ଥାୟୀ ରାସ୍ତା ଧୋଇଯାଇଥିବାର ସୂଚନା  ମିଳିଛି ତେବେ ରାସ୍ତା ଧୋଇ ଯିବାରୁ ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହୋଇଛନ୍ତି। ଝୁଲାପୋଲ ବନ୍ଦ ଥିବାରୁ ଅସ୍ଥାୟୀ ରାସ୍ତାରେ ଭକ୍ତମାନେ ଯାତାୟତ କରୁଥିଲେ।

 

ସୂଚନାନୁଯାୟୀ ,  ପୂର୍ବରୁ କୌଣସି କାରଣରୁ ଝୁଲା ପୋଲକୁ ବନ୍ଦ କରି ଦିଆଯାଇଛି। ମହାନଦୀରେ ଡଙ୍ଗାରେ ଯିବା ବି ବନ୍ଦ ରହିଛି । ଫଳରେ ଏଭଳି ସ୍ଥିତିରେ ମହାନଦୀରେ ନିର୍ମିତ ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବାର ସୁଯୋଗ ରହିଛି। କିନ୍ତୁ ଆଗକୁ ଶ୍ରାବଣ ମାସ ଓ ବର୍ଷା ଋତୁ ଆସୁଥିବା ବେଳେ ଶ୍ରଦ୍ଧାଳୁ ମନ୍ଦିରକୁ କେଉଁ ବାଟେ ଯିବେ ତାହାକୁ ନେଇ ଚିନ୍ତାରେ କାଉଡିଆ ।

Related posts

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews

ସରକାରୀ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ: ସିପି

mahabharatanews

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରେ ୨ ପଜିଟିଭ

mahabharatanews