ଭାରତ

ଥମୁନି ମାଓହିଂସା: ଅନନ୍ତନାଗରେ ୩ ଯବାନ ସହିଦ

(ଜମ୍ମୁକାଶ୍ମୀର) : ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ସହିଦ ।  ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଅନନ୍ତନାଗ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ବୁଧବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ କର୍ନଲ ମନପ୍ରୀତ ସିଂ ସହିଦ ହୋଇଛନ୍ତି ।

ସୂଚନାନୁଯାୟୀ , ଏହି ଗୁଳି ବିନିମୟରେ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ, ଜାମ୍ମୁ କାଶ୍ମୀର ପୋଲିସର ଡିଏସପି ହୁମାୟୁନ ଭଟ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ ହୋଇଥିଲେ।  ସକାଳୁ କୋକରନାଗ ଅଞ୍ଚଳରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ଲସ୍କର ଏ ତୋଏବାର ଏକ ଛାୟା ଗୋଷ୍ଠୀ ଏହି ଆକ୍ରମଣ କରିଥିବା ଦାବି କରିଛି ।

Related posts

ୟୁପିଆଇକୁ ନିର୍ବାଚିତ ହେଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews

୧୫ ବର୍ଷ ଭିତରେ ୪୧.୫ କୋଟି ଗରିବ ହ୍ରାସ

mahabharatanews

ଚର୍ଚାରେ ରୁଷୀୟ ଗୁପ୍ତଚର ତିମି

mahabharatanews