ଭାରତ

ଆତଙ୍କବାଦୀଙ୍କ ଗୁଳିରେ ୩ ଅଣକାଶ୍ମୀର ଶ୍ରମିକ ଆହତ

(ଜମ୍ମୁ-କଶ୍ମୀର) : ଆତଙ୍କବାଦୀଙ୍କ ହିଂସା ଥମିବାର ନାଁ ନେଉନି । ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛନ୍ତି । ଗୁରୁବାର ରାତିରେ ସୋପିଆନ ଜିଲ୍ଲାରେ ୩ ଜଣ ଅଣକାଶ୍ମୀର ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରିଛନ୍ତି । ସେମାନେ ବିହାରର ବାସିନ୍ଦା ବୋଲି ଜଣାପଡିଛି । ସେମାନଙ୍କୁ ଏକ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ , ଏହି ଘଟଣା ପରେ ପୁଲିସ ଓ ସେନା ଯବାନମାନେ ସୋପିଆନର ଗାଗରାନଙ୍କୁ ଘେରାଉ କରିଥିଲେ। ଗୁଳି କରିଥିବା ଆତଙ୍କବାଦୀଙ୍କୁ ଧରିବାକୁ ସୁରକ୍ଷା ବାହିନୀ ପକ୍ଷରୁ ଏକ ବଡ଼ଧରଣର କମ୍ବିଂ ଅପରେସନ ଆରମ୍ଭ ହୋଇଛି । ଗୁରୁବାର ରାତି ପ୍ରାୟ ୮ଟା ୪୫ ମିନିଟ୍ ରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଉକ୍ତ ପ୍ରବାସୀ ଶ୍ରମିକଙ୍କ ଭଡ଼ା ଘରେ ପଶି ଗୁଳି ଚଳାଇଥିଲେ ।

Related posts

ଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ 

mahabharatanews

ବାଣ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୯ ମୃତ

mahabharatanews

ବିଗ୍ ବସ୍ ୧୭ରେ ହୋଷ୍ଟ କରିବେ କଙ୍ଗନା ରଣାୱତ୍

mahabharatanews