ଓଡିଶା

ଧାରଣାରେ ବସିଲେ ଅଙ୍ଗନୱାଡି କର୍ମୀ

କୋରାପୁଟ : ବୋରିଗୁମ୍ମା ବ୍ଲକର ଆଇସିଡ଼ିଏସ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ମାନେ ୮ ଦଫା ଦାବିକୁ ଭନେଇ ଗତ ଦୁଇଦିନ ଧରି ଧାରଣା ଜାରି ରହିଛି । ବିଭିନ୍ନ ସମସ୍ୟା କୁ ନେଇ ଗତ ୨୦୨୧ ମସିହାରେ ଡିସେମ୍ବର ମାସରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଏ ସମ୍ପର୍କରେ ବୁଝିବା ନେଇ ସମୟ ମଧ୍ୟ ନେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର କୌଣସି ଦାବି ପୁରଣ ନକରିବାରୁ ପୁଣି ଗତ ୨୧ ତାରିଖ ଠାରୁ ବିଧାନସଭା ସୋମ୍ମୁଖରେ ବିକ୍ଷବ ପ୍ରଦର୍ଶନ କରୁଥିବା ବେଳେ ଦୁଇ ଦିନ ଧରି ବୋରିଗୁମ୍ମା ବ୍ଲକ ଆଇସିଡ଼ିଏସ କାର୍ଯ୍ୟାଳୟ ସୋମ୍ମୁଖରେ ଧାରଣାରେ ବ୍ଲକର ସମସ୍ତ ଅଙ୍ଗନୱାଡି ଏବଂ ମିନି ଅଙ୍ଗନୱାଡି କର୍ମୀ ମାନେ ବସିଛନ୍ତି । ରାଜ୍ୟ ସରକାର ଉକ୍ତ ଦାବି ଗୁଡିକ ପୁରୁଣ ନ କଲା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଏଲ ଓଡିଶା ମହିଳା ସଂଘ ସଭାପତି ଗୀତାଞ୍ଜଳି ପଣ୍ଡା ସୂଚନା ଦେଇଛନ୍ତି ।

Related posts

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏସି ଟନେଲ 

mahabharatanews

ପୋଲିସ କବ୍ଜାରେ ଶିକାରୀ; ୧୬୫ଟି ବନ୍ଧୁକ ଜବତ

mahabharatanews

ଚିନ୍ମୟୀ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ, ଆସିଲା ଭିସେରା ରିପୋର୍ଟ

mahabharatanews