ଓଡିଶା

ପୋଡଙ୍ଗ ଗ୍ରାମକୁ ବିଶୋଧନ କଲେ ବିଜେଡି ଯୁବ ନେତା

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲାର ପ୍ରଥମ କରୋନା ରୋଗୀ ଭାବେ ପିପିଲି ଅଞ୍ଚଳର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ ହେବା ପରେ ଅଞ୍ଚଳର ଲୋକମାନେ ଅଧିକରୁ ଅଧିକ ସଚେତନା ହୋଇଥିବା ଦେଖିବାକୁ ମିଳିଛି । ପିପିଲି ବିଜେଡିର ଯୁବନେତା ତଥା ତେଇସିପୁର ସମିତିସଭ୍ୟ ଧରଣୀଧର ସାହୁ ପୋଡଙ୍ଗ ଗ୍ରାମର ଯୁବକମାନଙ୍କୁ ସାଥୀରେ ଧରି ଗ୍ରାମକୁ ବ୍ଲିଚି କରିବା ସହ ନିଜେ ସ୍ପ୍ରେ ମେସିନି ମାଧ୍ୟମରେ ଗ୍ରାମ ଦାଣ୍ଡକୁ ବିଶୋଧନ କରିଥିଲେ । ଏହି ସାନିଟାଇଜ ଓ ବ୍ଲିଚିଂ ସମୟରେ ଗ୍ରାମର ଯୁବକମାନେ ସମସ୍ତଙ୍କ ଘର ଘର ବୁଲି କୋରନା ରୋଗ ଠାରୁ ନିଜକୁ ବଞ୍ଚାଇବାକୁ ହେଲେ ନିଜ ଘରେ ନିଜେ ସଚେତନ ରହନ୍ତୁ ଏବଂ ନିଜ ଗ୍ରାମକୁ କୋରନା ଭାଇରସଠାରୁ ଦୁରେଇ ରଖିବା ସେଥିପାଇଁ ସମସ୍ତେ ସାମାଜିକ ଦୁରତା ବଜାୟ ରଖିବା । ଘରେ ହାତକୁ ବାରମ୍ବରା ସାବୁନରେ ଧୋଇବା , ଅତ୍ୟାବଶ୍ୟକ କାର୍ୟ୍ୟ ନଥାଇ ବାହାରକୁ ନଯିବା କହିବା ସହ ସଚେତନା ହିଁ ଏହି ରୋଗର ସୁରକ୍ଷା ବୋଲି ଗ୍ରାମରେ ପରାମର୍ଶ ଦିଆଯାଇଛି । ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ସାହୁ , ଜିଆରଏସ ପ୍ରକାଶ ଚନ୍ଦ୍ର ଦାଶ, ଶିକ୍ଷକ ଶ୍ରୀଧର ପ୍ରଧାନ,ଅଙ୍ଗନବାଡି କର୍ମି ସାଗରିକା ସାହୁ , ସମିତିସଭ୍ୟ ଶ୍ରୀସାହୁଙ୍କ ଉପସ୍ଥିତି ପୋଡଙ୍ଗ ଗ୍ରାମରେ ଘରେ ଘରେ ରାସନ କାର୍ଡଧାରୀମାନଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ଏକ ହଜାର ଟଙ୍କା ପ୍ରଦାନ କରିଥିଲେ ।

Related posts

ବ୍ରିଜ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁ ପଡ଼ିଲେ ଦମ୍ପତି

mahabharatanews

କରୋନା ସଂକ୍ରମଣ ସଚେତନତା ରାଲି

mahabharatanews

ବିଚ୍ଛିନ୍ନାଞ୍ଚଳରେ ପୁଣି ଲାଗିଲା ମାଓ ପୋଷ୍ଟର

mahabharatanews