Uncategorized

ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଦେଲେ ବିଏସଏଫ ଯବାନ

(ମହାଭାରତ): କରୋନା ଭାଇରସର ମୁକାବିଲା କରିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଦେଶର ଯବାନ। ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଯବାନମାନେ ୩୩,୨୮ କୋଟି ଟଙ୍କା ପିଏମ କେୟାର ଫଣ୍ଡକୁ ଦାନ କରିଛନ୍ତି। ବିଏସଏଫ ଯବାନମାନେ ପ୍ରତ୍ୟେକ ଦିନକର ଦରମା ଟଙ୍କାକୁ ପିଏମ କେୟାର ଫଣ୍ଡକୁ ଦେଇଛନ୍ତି ବୋଲି ବିଏସଫଏର ମୁଖପାତ୍ର ଶୁଭେନ୍ଦୁ ଭରଦ୍ୱାଜ କହିଛନ୍ତି। କରୋନା ଭାଇରସରେ ଏଯାବତ ଦେଶରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସମାନ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ ୨,୩୦୧ଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି।

ଏହି ତଥ୍ୟ ଅନୁଯାୟୀ ୨,୩୦୧ ପଜିଟିଭ୍‌ ମଧ୍ୟରୁ ୧,୮୬୦ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୫୬ ଜଣ ସୁସ୍ଥ ହୋଇଛନ୍ତି ବା ଡିସଚାର୍ଜ ହୋଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ରହିଛନ୍ତି। କେରଳରେ ୨୬୫ ଜଣ ଆକ୍ରାନ୍ତ ରହିଛନ୍ତି। ସେହିଭଳି ଦେଶରେ କରୋନାର ନୂଆ ହଟ୍‌ସ୍ପଟ୍‌ ପାଲଟିଥିବା ଦିଲ୍ଲୀରେ ୨୧୯ ଜଣ ଆକ୍ରାନ୍ତ ରହିଛନ୍ତି।

Related posts

କଖାରୁ ହାଲୁଆ

mahabharatanews

ସିଏଏ ବିରୋଧରେ ହୋଇଥିବା ହିଂସା, ନଷ୍ଟ ସମ୍ପତ୍ତିର ଆକଳନ କରିବ ୪ ଜଣିଆ କମିଟି

mahabharatanews

ଯବାନଙ୍କ ଆତଙ୍କ: ୨୦୦ ରାଉଣଡ ଗୁଳି ଚଳାଇ ଖେଳାଇଲେ ଭୟ

mahabharatanews