ଓଡିଶା

ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର : ରାଜ୍ୟରେ ମୁଣ୍ଡ ଟେକୁଛି କୋଭିଡ ସଂକ୍ରମଣ । ଆଜି ଦିନକରେ 743 ଜଣ କାରଣ ପଜିଟିଭ ଆସିବା ପରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା ହୋଇଛି । ଏହାକୁ ମାନିବାକୁ ଟୁଇଟ କରି ସଚେତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସମୟକୁ ଦେଖି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି । ଏବଂ ସାମାଜିକ ଦୂରତା ଅବଲମ୍ବନ କରିବାକୁ ମଧ୍ୟ ଅନୁରୋଧ । ଆଉ କହିଛନ୍ତି କୋଭିଡ ମହାମାରୀର ବିପଦ ଏଯାଏ ଟଳିନାହିଁ । ସଂକ୍ରମଣରୁ ନିଜ ସହିତ ଅନ୍ୟକୁ ସୁରକ୍ଷିତ ରଖିବାକୁ ମାସ୍କ ପିନ୍ଧନ୍ତୁ । ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

Related posts

କରୋନା ଆକ୍ରାନ୍ତଙ୍କୁ ନେଇ ଆସୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ

mahabharatanews

ଫୋନରେ କଥା ହେଉଥିଲେ ! ଖସିପଡିଲେ ଟାଙ୍କିରେ

mahabharatanews

ଘରୋଇ ବ୍ୟାଙ୍କର ସୁରକ୍ଷା ପାଇଁ ଆଡଭାଇଜରି ଜାରି କଲା କମିଶନରେଟ ପୁଲିସ

mahabharatanews