ଓଡିଶା

ଘରୋଇ ବ୍ୟାଙ୍କର ସୁରକ୍ଷା ପାଇଁ ଆଡଭାଇଜରି ଜାରି କଲା କମିଶନରେଟ ପୁଲିସ

ଭୁବନେଶ୍ୱର: ଘରୋଇ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଆଡଭାଇଜରି ଜାରି କଲା କମିଶନରେଟ ପୁଲିସ । ଗୋଟିଏ ମାସ ଭିତରେ ୧୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଲୁଟ ପରେ ବ୍ୟାଙ୍କକୁ ଆଡ଼ଭାଇଜରି ଜାରି କଲା ପୋଲିସ । ଆଡଭାଇଜରି ଅନୁଯାୟୀ, ଘରୋଇ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାର ପ୍ରତିଦିନ ହେବ ଅଡ଼ିଟ । ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ପାଇଁ ନିୟୋଜିତ ହେବେ ଅଧିକ ସିକ୍ୟୁରିଟି ଗାର୍ଡ । ବ୍ୟାଙ୍କର ବିଭିନ୍ନ ଗୁପ୍ତ ସ୍ଥାନରେ ସ୍ପାଏ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ବ୍ୟାଙ୍କ ଷ୍ଟାଫ ମଧ୍ୟ ବଡ଼ି କ୍ୟାମେରା ବ୍ୟବହାର କରିବେ । ବ୍ୟାଙ୍କରୁ ଟଙ୍କା ନେବା ଓ ଆଣିବା ବେଳେ କମିଶନରେଟ ପୋଲିସକୁ ଅବଗତ କରିବାକୁ ହେବ । ଅଧିକାଂଶ ବ୍ୟାଙ୍କ ସଠିକ ସିକ୍ୟୁରିଟି ନିୟମ ଓ ଆଲାର୍ମ ସିଗ୍ନାଲ ସିଷ୍ଟମ ବ୍ୟବହାର କରୁନାହାନ୍ତି । ଖୁବଶୀଘ୍ର ସମସ୍ତ ବ୍ୟାଙ୍କରେ ହଟ ଲାଇନ ଓ ଅଟୋ ଡାଏଲ ସିଷ୍ଟମ କାର୍ଯ୍ୟକାରୀ କରିବାକୁ ଦିଆଗଲା ନିର୍ଦ୍ଦେଶ । ଯାହା ଫଳରେ ଚୋରି ହେବା ମାତ୍ରେ ନିକଟସ୍ଥ ଥାନାରେ ଖବର ପହଞ୍ଚି ପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା

Related posts

ରାଜଧାନୀ ଭୁବନେଶ୍ବରରେ ସେରୋଲଜିକାଲ ଟେଷ୍ଟ ଆରମ୍ଭ

mahabharatanews

ଦାଣ୍ଡ ମଝିରେ ମହିଳାକୁ ଆକ୍ରମଣ କଲେ ପୋଲିସ ବାବୁ : ଅଳ୍ପକେ ବର୍ତିଗଲେ ମହିଳା

mahabharatanews

ସ୍ଥିତି ଦେଖି କଟକଣା କୋହଳ ଲାଗି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews