ପୁରୀ : ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପରେ ରଥ ଖଳା ରେ ତିନି ରଥର ତୁମ୍ଭ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଭୋଇ ସେବକ ଅବଶ୍ୟକ କାଠ ଯୋଗାଇ ଦେଉଛନ୍ତି । ୭ ଦିନ ରେ ସୂତା ବାଡ଼ିଆ, ପରେ ବିନ୍ଧ ଓ ପରେ ପଇ ନିର୍ମାଣ କାର୍ଯ୍ୟକରାଯାଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟି ରେ ରଖାଯାଇ ସମସ୍ତ ବ୍ୟବସ୍ଥା ହୋଇଥିଲା। ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲୁଥିବା ବେଳେ ସେବାୟତ ମହଲରେ ବେଶ ଉତ୍ସାହ ରହିଛି।
୪୨ଗୋଟି ତୁମ୍ବର ରେ ବିନ୍ଧ କାର୍ଯ୍ୟ କରାଯାଉଛି । ସମସ୍ଥ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲୁଥିବା ବେଳେ ମହାରଣା, ଭୋଇ ଓ କରତୀ ସେବାୟତ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ତେବେ ଆସନ୍ତା ନୃସିଂହ ଚତୁର୍ଦଶୀରେ ଯନ୍ତା ଗାଡ ଖୋଳା ଯାଇ ସିଙ୍ଗଡ଼ା ବାଡିଆଯିବ। ପରେ ଚକରେ ଅର ଲାଗିବ । ତେବେ ଆଗକୁ ବାତ୍ୟା ଯୋଗୁ ବର୍ଷା ହେଲେ ରଥ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ତେବେ ଏହାକୁ ଖଣ୍ଡନ କରିଛନ୍ତି ରଥ ନିର୍ମାଣ ରେ ସମ୍ପୃକ୍ତ ସେବାୟତ । ସକାଳ ୮ ଟା ରୁ ରାତି ୮ ଟା ଯାଏ କାର୍ଯ୍ୟ ଚାଲିଛି ପ୍ରତିଦିନ । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ବହୁତ ଆଗୁଆ ଚାଲିଛି । ଏଣୁ ବର୍ଷା ଯୋଗୁଁ ରଥ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଭୋଇ ସର୍ଦାର ରବି ଭୋଇ କହିଛନ୍ତି।
