ଭାରତ

୨୦୦ କୋଟି ଟଙ୍କା ସମ୍ପତ୍ତି ଦାନ କରି ଚର୍ଚ୍ଚାରେ ଦମ୍ପତି

(ଗୁଜରାଟ) : ଗୁଜରାଟର ଜଣେ ଧନୀ ଜୈନ ଦମ୍ପତି ପାଖାପାଖି ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରି ମାସରେ ଏକ ସମାରୋହରେ ଭବେଶ ଭଣ୍ଡାରୀ ଓ ତାଙ୍କ ପତ୍ନୀ ସେମାନଙ୍କର ସମସ୍ତ ସମ୍ପତ୍ତି ଦାନ କରିଥିଲେ।

ସୂଚନାନୁଯାୟୀ , ନିର୍ମାଣ ବ୍ୟବସାୟରେ ଥିବା ହିମ୍ମତନଗରର ଏହି ବ୍ୟବସାୟୀ ୨୦୨୨ରେ ସନ୍ନ୍ୟାସୀ ହୋଇଯାଇଥିବା ତାଙ୍କ ୧୯ ବର୍ଷୀୟା ଝିଅ ଓ ୧୬ ବର୍ଷର ପୁଅଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ଏପ୍ରିଲ ୨୨ ତାରିଖରେ ସନ୍ନ୍ୟାସ ନେବା ପରେ ଦମ୍ପତିଙ୍କୁ ସମସ୍ତ ପାରିବାରିକ ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ ଏବଂ ସେମାନଙ୍କୁ କୌଣସି ‘ଭୌତିକ ବସ୍ତୁ’ ରଖିବାକୁ ଅନୁମତି ମିଳିବ ନାହିଁ। ଏହାପରେ ସେମାନେ ଖାଲି ପାଦରେ ସାରା ଭାରତରେ ଚାଲିବେ ଏବଂ କେବଳ ଭିକ୍ଷାରେ ବଞ୍ଚିବେ। ସେମାନଙ୍କ ପାଖରେ କେବଳ ଦୁଇଟି ଧଳା ପୋଷାକ, ଭିକ୍ଷା ପାଇଁ ଏକ ପାତ୍ର ଓ ଏକ ‘ରଜୋହରଣ’ (କୀଟପତଙ୍ଗଙ୍କୁ ଘଉଡ଼ାଇବା ପାଇଁ ବ୍ୟବହୃତ ଏକ ଧଳା ଝାଡ଼ୁ) ରହିବ।

 

Related posts

ଦିଲ୍ଲୀ ସରକାର ରାଜଧାନୀର ପ୍ରଶାସନିକ ଢାଞ୍ଚାର ଏକ ବଡ଼ ପରିବର୍ତ୍ତନ ଯୋଜନା କରୁଛନ୍ତି

mahabharatanews

ଗିରଫ ହେଲେ କେଜ୍ରିୱାଲ 

mahabharatanews

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

mahabharatanews