ଭାରତ

ଦୁଇ ସପ୍ତାହ ପରେ ଅରବିନ୍ଦଙ୍କ ଶୁଣାଣି 

(ଦିଲ୍ଲୀ) : ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ କରିଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟରୁ ଆଜି ତୁରନ୍ତ କୌଣସି ଆଶ୍ବସ୍ତି ମିଳିନାହିଁ। ଦୁଇ ସପ୍ତାହ ପରେ ଏପ୍ରିଲ ୨୯ରେ ଉକ୍ତ ମାମଲାର ଶୁଣାଣି କରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ସୂଚନାନୁଯାୟୀ , ସୁପ୍ରିମକୋର୍ଟ ଆଗୁଆ ଶୁଣାଣି କରିବାକୁ ମନା କରିବା ପରେ କେକ୍ରିୱାଲଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ବଢ଼ାଇ ଦେଇଛନ୍ତି। ଇଡି ରିମାଣ୍ଡ ଶେଷ ହେବା ପରଠାରୁ କେଜ୍ରିୱାଲ ତିହାର ଜେଲ୍‌ରେ ରହୁଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ କ୍ରେଜିୱାଲଙ୍କ ମାମଲାର ଶୁଣାଣି ବିଚାରପତି ସଂଜୀବ ଖାନ୍ନା ଏବଂ ବିଚାରପତି ଦୀପଙ୍କର ଦତ୍ତଙ୍କ ଅଦାଲତରେ ହୋଇଥିଲା। ଖଣ୍ଡପୀଠ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନୋଟିସ୍‌ ଜାରି କରି ଆସନ୍ତା ୨୪ ତାରିଖ ସୁଦ୍ଧା ଜବାବ ମାଗିଛନ୍ତି।

Related posts

୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ କାର ଉପରେ ୧୦୦% ସଡ଼କ ଟିକସ ଛାଡ଼

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୨୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

 ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

mahabharatanews