ଓଡିଶା

ଯୁବକଙ୍କୁ ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ(ମହାଭାରତ): ବ୍ରାହ୍ମଣୀ ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ଭୟ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ଗାଁର ବ୍ରାହ୍ମଣୀ ନଦୀରେ ଏପରି ଏକ ଅଘଟଣ ସାମ୍ନାକୁ ଆସିଛି । ଏହି ଗାଁର ବସନ୍ତ ପରିଡା ନଦୀକୁ ଗାଈ ଚରାଇବାକୁ ଯାଇଥିଲେ । ତେବେ ନଈରେ ଗୋଡ ଧୋଇବାକୁ ଯାଇଥିବା ବେଳେ ଏକ କୁମ୍ଭୀର ନଦୀରୁ ବାହାରି ବସନ୍ତଙ୍କୁ ଝାମ୍ପି ନେଇଥିବା ଜଣାପଡିଛି । ଏହା ଦେଖି ନିକଟରେ ଉପସ୍ଥିତ ଥିବା ଲୋକମାନେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ତେବେ ଗ୍ରାମବାସୀ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Related posts

ଆଜକୁ ଷଷ୍ଠ ଦିନରେ କଳିଙ୍ଗ ବାଲିଯାତ୍ରା

mahabharatanews

ଲକଡାଉନ ଖୋଲିବା ପରେ ପରୀକ୍ଷା ହେବ

mahabharatanews

ଅସହାୟ ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ଦାବି

mahabharatanews