ମୃତ୍ୟୁ ପରେ ବଢୁଛି ଚର୍ଚ୍ଚା
ମୁମ୍ବାଇ: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ତଥା ବିଶିଷ୍ଟ ଶିଳ୍ପପତି ସାଇସର ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମୁମ୍ବାଇର ପାଲଘର ଠାରେ ତାଙ୍କ ଗାଡିଟି ଡିଭାଇଡରରେ ପିଟି ହୋଇଯିବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡିରେ ଶ୍ରୀ ମିସ୍ତ୍ରୀଙ୍କ ସମେତ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ମିସ୍ତ୍ରୀଙ୍କ ସମେତ ବାକି ଦୁଇ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବାକି ଦୁଇ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ମୁମ୍ବାଇର ପାଲଘର ଠାରେ ସୂର୍ଯ୍ୟନଦୀ ଉପରେ ଥିବା ବ୍ରିଜ ଉପରେ ଥିବା ଡିଭାଇଡରରେ ଗାଡିଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ରବିବାର ଅପରାହ୍ନରେ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ପାଲଘର ଏସପି ବାଲା ସାହେବ ପାଟିଲ କହିଛନ୍ତି। ଶ୍ରୀ ମିସ୍ତ୍ରୀଙ୍କ ଗାଡି ନମ୍ବର ଏମଏଚ ୪୭ ଏବି ୬୭୦୫ ରହିଛି। ତାଙ୍କ ଗାଡି ଏତେ ଦାମୀ ଗାଡି ସତ୍ତେ୍ୱ କାହିଁକି ତାଙ୍କୁ ବଞ୍ଚାଇ ପାରିଲା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଦାମୀ ଗାଡି ଗୁଡିକରେ ଆଗ ପାଶ୍ୱର୍ ଓ ପଛ ପାଶ୍ୱର୍ରେ ଦୁର୍ଘଟଣା ନିରୋଧୀ ବେଲୁନ ରହିଥାଏ। ଏଥିପାଇଁ ଗ୍ରାହକମାନେ ଅଧିକ ଦାମ ଦେଇ କିଣିଥାନ୍ତି। ଉଚ୍ଚ ଦାମର ଗାଡିଟି ଏତେ ସାଧାରଣ ଦୁର୍ଘଟଣାକୁ ରୋକିନପାରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୯୬୮ ମସିହା ଜୁଲାଇ ୪ ତାରିଖରେ ଶ୍ରୀ ମିସ୍ତ୍ରୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇ ପ୍ରତି ତାଙ୍କର ଅପାର ଭଲ ପାଇବା ରହିଥିଲା। ଶ୍ରୀ ମିସ୍ତ୍ରୀ ୨୦୧୧ରେ ରତନ ଟାଟାଙ୍କ ପରେ ଉତ୍ତରାଧିକାରୀ ଭାବେ ମନୋନୀତ ହୋଇଥିଲେ। ୨୦୧୨ରେ ଟାଟା ଗ୍ରୁପର ଚେୟାରମ୍ୟାନ ହୋଇଥିଲେ। ୨୦୧୬ରେ ଟାଟା ଗ୍ରୁପର ଚେୟ୍ୟାରମ୍ୟାନ ପଦରୁ ନାଟକୀୟ ଢଙ୍ଗରେ ଅବ୍ୟାହତି ନେଇଥିଲେ। ସାଇରସ ମିସ୍ତ୍ରୀଙ୍କ ବାପା ପାଲୋଞ୍ଜି ମିସ୍ତ୍ରୀ ମଧ୍ୟ ଏକ ଜଣେ ବିଶିଷ୍ଟ ଶିଳ୍ପପତି ଭାବେ ଜଣାଶୁଣା ଥିଲେ।