Uncategorized

ଜନତା କର୍ଫ୍ୟୁ ପାଇଁ ଦିଲ୍ଲୀ ମେଟ୍ରୋ ବନ୍ଦ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ସଂକ୍ରମଣ ରୋକିବା ଦିଗରେ ରବିବାର ଦିନ ଜନତା କର୍ଫ୍ୟୁ ଜାରି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ ତାରିଖରେ ଦିଲ୍ଲୀର ସମସ୍ତ ମେଟ୍ରୋ ଟ୍ରେନ ଚଳାଚଳ ବନ୍ଦ କରିବାକୁ ମେଟ୍ରୋ ନିଗମ (ଡିଏମଆରସି) ନିଷ୍ପତ୍ତି ନେଇଥିବା ଆଜି ମେଟ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଜନତା କର୍ଫ୍ୟୁ ପାଳ କରିବାକୁ ରବିବାର ଡିଏମଆରସି ତାର ସମସ୍ତ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । କୋଭିଡ-୧୯ ସହ ମୁକାବିଲା କରିବାକୁ ସମସ୍ତଙ୍କୁ ଘରେ ରହିବାକୁ ଓ ସାମାଜିକ ଦୂରତା ରକ୍ଷା କରିବାକୁ ମୋଦି ଆହ୍ୱାନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏପରି କରାଯାଇଥିବା ଡିଏମଆରସି ପକ୍ଷରୁ ଟୁଇଟ କରି କୁହାଯାଇଛି ।

ସୂଚନାଯୋଗ୍ୟ, ଦେଶରେ କରୋନାର ବ୍ୟାପକତାକୁ ପ୍ରତିହତ କରିବା ଲକ୍ଷ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁ ମାର୍ଚ୍ଚ ୨୨ ତାରିଖରେ ପାଳନ କରିବାକୁ ଅପିଲ କରିଥିଲେ । ସରକାରୀ ତଥ୍ୟ ଅନୁଯାୟୀ ଦେଶରେ କୋଭିଡ-୧୯ରେ ୧୯୫ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ବୟସ ୬୦ରୁ ଅଧିକ ରହିଛି । ଏଥିନେଇ ମୋଦି ମଧ୍ୟ ତାଙ୍କ ସମ୍ବୋଧନରେ ୬୫ ବର୍ଷ ବା ତଦୁଦ୍ଧ୍ୱର୍ ବୟସ୍କ ଓ ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ଘରେ ଆସନ୍ତା କିଛି ସପ୍ତାହ ପାଇଁ ରଖିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି ।

Related posts

ଦିଲ୍ଲୀର ଦୁଇ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ, ୧ ମୃତ

mahabharatanews

ହୋଲିକା ଦହନ ପଛର କାହାଣୀ

mahabharatanews

ଆରଟିଓ ବ୍ୟତୀତ ଏକାଧିକ ସଂସ୍ଥାରୁ ମିଳିବ ଡିଏଲ

mahabharatanews