ଓଡିଶା

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପରିଦର୍ଶନ କଲେ ଜିଲ୍ଲା ଗ୍ରାମୋନ୍ନୟନ ନିର୍ଦ୍ଦେଶକ

(ହିଞ୍ଜିଳିକାଟୁ, ରଜନିକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ଗ୍ରାମୋନ୍ନୟନ ନିର୍ଦ୍ଦେଶକ ତଥା କରୋନା ମୁକାବିଲାର ଜିଲ୍ଲା ନୋଡାଲ ଅଫିସର ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦିଗପହଣ୍ଡି ବ୍ଳକ କାର୍ୟ୍ୟାଳୟରେ ପହଞ୍ଚି ବିଡ଼ିଓ ହଳଧର ଶବରଙ୍କ ଉପସ୍ଥିତିରେ ବ୍ଳକ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ। ସେ ପରେ ବୋମୋକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୌଡ ଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ କରୋନା ( କୋଭିଡ- ୧୯) ରୋଗୀଙ୍କ ଚିକିତ୍ସା ପାଇଁ ଖୋଲାଯାଇଥିବା ଆଇସୋଲେସନ୍ ୱାର୍ଡ ଗୁଡ଼ିକୁ ବୁଲି ଦେଖିଥିଲେ। ବିଭିନ୍ନ ପଞ୍ଚାୟତରେ କରାଯାଇଥିବା ଆଇସୋଲେସନ ୱାର୍ଡ ଗୁଡ଼ିକୁ ଆବଶ୍ୟକ ତଦାରଖ କରିବାସହ ନିରନ୍ତର ବିଦ୍ୟୁତ୍ , ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରିବାକୁ ସେ ବିଡ଼ିଓଙ୍କୁ ପରାମର୍ଶ ଦେଇ ଫେରିଥିବା ଜଣାପଡ଼ିଛି।ଗୌଡ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Related posts

ବାରକୋଟ ବ୍ଲକ କଦପଡ଼ା ସୋସାଇଟିର ପେକ୍ସ ସମ୍ପାଦକ ରାଉରକେଲା ଭିଜିଲାନ୍ସ ଦ୍ୱାରା ଗିରଫ

mahabharatanews

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକ

mahabharatanews

ରାଜ୍ୟରେ ୪୮ ନୂତନ ପଜିଟିଭ ସହ ମୋଟ ସଂଖ୍ୟା ୮୭୬ରେ ପହଞ୍ଚିଲା

mahabharatanews