ନୂଆଦିଲ୍ଲୀ : କୋଭିଡ ମାହାମାରୀ ଯୋଗୁଁ ଦୁଇ ବର୍ଷ ହୋଇଗଲା ପିଲାମାନେ ସ୍କୁଲ ଯାଇ ନାହାଁନ୍ତି । ଘର ଭିତରେ ବନ୍ଦି ପରି ରହିଛନ୍ତି । ଏହି ସମୟରେ ଘରେ ରହି ପିଲାମାନେ ମୋବାଇଲର ଅଭ୍ୟାସରେ ପଡିଯାଇଛନ୍ତି । ଯାହାର ପ୍ରଭାବ ଏବେ ଦେଖାଯାଉଛି । ଏବେ ପ୍ରାୟ ପିଲାଙ୍କର ସ୍କୁଲ ଖୋଲିଗଲାଣି । ଆଉ ମୋବାଇଲ ଦେଖିବାର ପ୍ରଭାବ ଏବେ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, ବହୁ ପିଲା କଳାପଟାରେ କଣ ଲେଖା ଯାଉଛି ତାହ ଦେଖି ପାରୁ ନାହାଁନ୍ତି । ଆଖିକୁ ସବୁ ଝାପସା ଦେଖା ଯାଉଥିବା ଘଟଣା ସମ୍ନାକୁ ଆସୁଛି । ଅଧିକ ସମୟ ପାଠ ପଢି ପାରୁନାହାନ୍ତି ପିଲା । କାରଣ ଅଧିକ ସମୟ ପାଠପଢିବାରୁ ଆଖିରେ ଯନ୍ତ୍ରଣା ହେଉଛି । କାହର ଆଖି ଲାଲ ପଡି ଯାଉଛି ତ କାହାର ଆଖି ମୁଣ୍ଡ ବିନ୍ଧା ହେଉଥିବା ଘଟଣା ଦେଖିବାକୁ ମିଳିଛି ।
ବିଶେଷ କରି ଦିଲ୍ଲୀ, ଉଦୟପୁର, ମୁମ୍ବାଇ ଅଞ୍ଚଳାରେ ଆଖି ସମସ୍ୟା ନେଇ ଡାକ୍ତର ଖାନାରେ ପହଞ୍ଚୁଥିବା ସୂଚନା ରହିଛି । ଏପରିକି ଚକ୍ଷୁ ରୋଗୀ ଦୁଇଗୁଣା ବଢିଯାଇଥିବା ଜଣାପଢିଛି । ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନରେ ମଧ୍ୟ ସମାନ ପରିସ୍ଥିତି ସାମ୍ନାକୁ ଆସିଛି । ଏଥି ସହ ପ୍ରତି ୧୦ ଜଣଙ୍କ ଭିତରେ ୬ ଜଣଙ୍କର ଚଷମା ଲଙ୍କଜ୍ଞରଥିବା ଡାକ୍ତର କହିଛନ୍ତି । କେବଳ ସେତିକି ନୁହେଁ ଯେଉଁ ମାନଙ୍କର ଚଷମା ପୂର୍ବରୁ ଲାଗୁଥିଲା ସେମାନଙ୍କର ଅଧିକ ପାୱାର ଚଷମା ଲାଗୁଛି । ଡାକ୍ତରଙ୍କ କହିବା ଅନୁସାରେ ଏହି ମୋବାଇଲ ଦେଖିବା କାରଣରୁ ୫ ରୁ ୧୫ ବର୍ଷ ପିଲା ମାନେ ବେଶି ଚକ୍ଷୁ ଜନିତ ରୋଗରେ ପିଡୀତ ହେଉଛନ୍ତି। ମୋବାଇଲ, ଟିଭ. କମ୍ପୁଟର ଆଦି ଦେଖିବା ଯୋଗୁଁ ପିଲାମାନେ ବାହାରକୁ ଖେଳିବାକୁ ମଧ୍ୟ ଯାଉ ନାହନ୍ତି । ଏହି ବୈଦ୍ୟୁତିକ ଜିନଷକୁ ଅତି ନିକଟରୁ ଦେଖିବା ହେତୁ ଚକ୍ଷୁ ଜନିତ ରୋଗର ଛୋଟ ପିଲା ସୀକାର ହେଉଛନ୍ତି ।