ଭାରତ

 ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

(ଉତ୍ତରପ୍ରଦେଶ) : ଉତ୍ତର ଭାରତରେ ଗତ ୩ ଦିନ ଧରି ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି। ବର୍ଷା ଯୋଗୁଁ ଅନେକ ଲୋକଙ୍କ ଜୀବନ ଗଲାଣି। ହିମାଚଳପ୍ରଦେଶ, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଂଜାବ ଏବଂ ହରିୟାଣାରେ ବର୍ଷା ଭୟଙ୍କର ବିପତ୍ତି ଆଣିଛି। କେବଳ ହିମାଚଳରେ ବର୍ଷା ଯୋଗୁଁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

 ଆଇଏମ୍‌ଡି ଆକଳନ ଅନୁଯାୟୀ ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି ହୋଇଛି। ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳପ୍ରଦେଶ, ଆସାମ ଏବଂ ମେଘାଳୟରେ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆଜି ବନ୍ୟା ପ୍ରବଣ ଅଞ୍ଚଳ କୁଲ୍ଲୁ, ମଣ୍ଡି ଏବଂ ଲାହଲ ସ୍ପିଟି ଜିଲ୍ଲାରେ ଏରିଏଲ୍‌ ସର୍ଭେ କରିଛନ୍ତି। ହିମାଚଳର ସୋଲନ, ସିମଲା, ସିରମୌର, କୁଲ୍ଲୁ, ମଣ୍ଡି, ଲାହୌଲରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରେଡ୍‌ ଆଲର୍ଟ ଜାରି ହୋଇଛି। ସେହିପରି ଉନା, ହମିରପୁର, କାଙ୍ଗ୍ରା ଏବଂ ଚାମ୍ବାରେ ଅରେଂଜ ଆଲର୍ଟ ଜାରି ହୋଇଛି।

 

 

Related posts

ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳି

mahabharatanews

ବହୁ ପ୍ରତୀକ୍ଷିତ କ୍ରୀଡା ବାୟୋପିକ୍ ‘ମୈଦାନ’ର ଟ୍ରେଲର ରିଲିଜ

mahabharatanews

‘ହେଟ୍ ସ୍ପିଚ୍’ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷମୁକ୍ତ

mahabharatanews