ଓଡିଶା

ବାଣ ବିକ୍ରି ଉପରେ ରୋକ ଲଗାଇଲେ ସରକାର

ଅସ୍ତରଙ୍ଗ /ଆର୍ଯ୍ୟ ବିଶ୍ୱାଳ :ଆଗକୁ ଆସୁଛି ଆଲୋକ ର ପର୍ବ ଦୀପାବଳି, ଗାଁ ଠୁ ସହର ଦୀପାବଳି କୁ ପାଳିବା ପାଇଁ ବହୁ ଆଗ୍ରହ, ସବୁଠି ଲାଗିଲାଣି ବାଣ ଦୋକାନ, ଭଳି କି ଭଳି ରଙ୍ଗୀନ ଆଲୋକ ସୃଷ୍ଟି କରୁଥିବା ବାଣ ର ଚଳିତ ବର୍ଷ ରହିଛି ଅନେକ ଚାହିଦା କାରଣ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ସରକାର ଲଗାଇଛନ୍ତି ରୋକ, ଏବେଠୁ ବିଭିନ୍ନ ବାଣ ଦୋକାନ ରେ ଦେଖିବାକୁ ମିଳିଲାଣି ଗ୍ରାହକଙ୍କ ଗହଳି, ୨ ବର୍ଷ କରୋନା ପାଇଁ ସମ୍ପୂର୍ଣ୍ଣ ଦୀପାବଳି ଫିକା ପଡିଥିଲା, ବାଣ ବ୍ୟବସାୟ ମଧ୍ୟ ସମ୍ପୂର୍ଣ୍ଣ ରୁପେ ନିରାଶ ହୋଇଥିଲେ, କରୋନା ଯୋଗୁ ବାଣ ବ୍ୟବସାୟୀ ଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା, ଚଳିତ ବର୍ଷ କରୋନା ନାହିଁ କିନ୍ତୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଶା ଓ ଆଶଙ୍କା ରେ ବାଣ ବ୍ୟବସାୟୀ ।ସରକାରୀ ନିଲାମ ନେଇସାରିଲେଣି ବାଣ ବ୍ୟବସାୟୀ, ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ବାଣ ବି କିଣା ହୋଇଛି, ବାଣ ବିକ୍ରି ଆରମ୍ଭ ହୋଇଛି, ଚଳିତ ମାସ ରେ ସମ୍ଭାବ୍ୟ ବାତ୍ୟା ଯୋଗୁ ଉପକୂଳ ରେ ହେବାକୁ ଥିବା ବର୍ଷା ପବନ ପାଇଁ ମୁଣ୍ଡ ରେ ହାତ ଦେଇ ହତାଶ ହୋଇଛନ୍ତି ବାଣ ବ୍ୟବସାୟୀ, ଯଦି ବର୍ଷା ପବନ ଜୋର ରେ ହୁଏ ତେବେ ଚଳିତ ବର୍ଷ ସମ୍ପୂର୍ଣ୍ଣ କ୍ଷତି ହେବ ବୋଲି କହିଛନ୍ତି ବାଣ ବ୍ୟବସାୟୀ, ଦଇବ ଦାଉ ସାଧିଲା ଭଳି କରୋନା ପରେ ସମ୍ଭାବ୍ୟ ବାତ୍ୟା ନେଇ ଆସୁଛି ବାଣ ବ୍ୟବସାୟୀ ଙ୍କ ପାଇଁ ଚିନ୍ତା ।

 

Related posts

ଧୁମଧାମରେ ପାଳିତ ହେଉଛି ବାମାନଘାଟି ମହୋତ୍ସବ ମାଦଲ-୨୦୨୩

mahabharatanews

୨୫ରେ ରାଜ୍ୟ ବଜେଟ୍

mahabharatanews

କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା

mahabharatanews